15.1 C
Bhubaneswar
Friday, January 16, 2026
Homeଖେଳବଜରଙ୍ଗ ପୁନିଆଙ୍କୁ ୪ ବର୍ଷ ପାଇଁ ସସପେଣ୍ଡ କଲା ନାଡା

ବଜରଙ୍ଗ ପୁନିଆଙ୍କୁ ୪ ବର୍ଷ ପାଇଁ ସସପେଣ୍ଡ କଲା ନାଡା

ନୂଆଦିଲ୍ଲୀ: ବଜରଙ୍ଗ ପୁନିଆଙ୍କୁ ୪ ବର୍ଷ ପାଇଁ ସସପେଣ୍ଡ କଲା ଜାତୀୟ ଡୋପିଂ ନିରୋଧକ ଏଜେନ୍ସି- ନାଡା । ଜାତୀୟ ଆଣ୍ଟି-ଡୋପିଂ ଏଜେନ୍ସି ପୁନିଆ ଉପରେ ଚାରି ବର୍ଷର ପ୍ରତିବନ୍ଧକ ଲଗାଇଛି। ମାର୍ଚ୍ଚ ୧୦ରେ ଜାତୀୟ ଦଳ ଚୟନ ପରୀକ୍ଷଣ ସମୟରେ ବଜରଙ୍ଗ ପୁନିଆ ଡୋପ ପରୀକ୍ଷା ପାଇଁ ତାଙ୍କ ନମୁନା ଦେବାକୁ ମନା କରିଦେଇଥିଲେ। ଏହା ପରେ ନାଡା ଏଡିଡିପି ପ୍ୟାନେଲ୍ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ନିଲମ୍ବନ ୨୩ ଏପ୍ରିଲ ୨୦୨୪ରୁ ପିଛିଲା ଭାବରେ କାର୍ଯ୍ୟକାରୀ ହେବ। ନାଡା ପ୍ରଥମେ ଏପ୍ରିଲ ୨୩ରେ ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ରେସଲରଙ୍କୁ ନିଲମ୍ବିତ କରିଥିଲା ​​। ଏହା ପରେ ୱାର୍ଲ୍ଡ ଗଭର୍ଣ୍ଣିଂ ବଡି ମଧ୍ୟ ତାଙ୍କୁ ନିଲମ୍ବିତ କରିଥିଲେ। ଅସ୍ଥାୟୀ ନିଲମ୍ବନ ବିରୋଧରେ ବଜରଙ୍ଗ ପୁନିଆ ଆବେଦନ କରିଥିଲେ। ଏହା ପରେ ନାଡାର ଆଣ୍ଟି-ଡୋପିଂ ପ୍ୟାନେଲ (ଏଡିଡିପି) ଏହାକୁ ମେ ୩୧ରେ ବାତିଲ କରିଦେଇଥିଲେ। ନାଡା ଚାର୍ଜ ସିଟ୍ ପ୍ରଦାନ କରିବା ପର୍ଯ୍ୟନ୍ତ ଏହା ବାତିଲ୍ ହୋଇଥିଲା । ଏହା ପରେ ନାଡା ୨୩ ଜୁନରେ ରେସଲର ବଜରଙ୍ଗ ପୁନିଆଙ୍କୁ ଏକ ନୋଟିସ୍ ଜାରି କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking