32.2 C
Bhubaneswar
Saturday, May 17, 2025
Homeଓଡିଶାନବ ଦାସ ହତ୍ୟା ମାମଲା: ଦ୍ୱିତୀୟ ଦିନରେ ବ୍ରହ୍ମପୁରରେ କ୍ରାଇମବ୍ରାଞ୍ଚ ଟିମ୍

ନବ ଦାସ ହତ୍ୟା ମାମଲା: ଦ୍ୱିତୀୟ ଦିନରେ ବ୍ରହ୍ମପୁରରେ କ୍ରାଇମବ୍ରାଞ୍ଚ ଟିମ୍

ଗଞ୍ଜାମ: ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ଟିମ୍‌ର ତଦନ୍ତ । ଆଜି ଦ୍ବିତୀୟ ଦିନରେ ବ୍ରହ୍ମପୁରରେ ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ ଟିମ୍‌ । କ୍ରାଇମବ୍ରାଞ୍ଚର ଅତିରିକ୍ତ ଏସପି ବିଜୟ ମଲ୍ଲିକଙ୍କ ନେତୃତ୍ୱରେ ତିନି ଜଣିଆ ଟିମ୍ ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ପହଞ୍ଚିଛି । ଗୋପାଳ ଦାସ ଗୁଳିମାଡ଼ କରିବା ପୂର୍ବରୁ ଯେଉଁମାନଙ୍କ ସହ ଫୋନ ଯୋଗେ କଥା ହୋଇଥିଲା, ସେମାନଙ୍କୁ ପଚରାଉଚରା କରାଯିବ । ବ୍ରହ୍ମପୁରର କିଛି ଲୋକଙ୍କ ସହ ଗୋପାଳ କଥା ହୋଇଥିବା ନେଇ ତଦନ୍ତରେ ଜଣାପଡିଥିଲା । ଯେଉଁ ମାନଙ୍କ ସହ ଗୋପାଳ କଥା ହୋଇଥିଲା, ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ । ଗତ ୨୩ ତାରିଖରୁ କ୍ରାଇମବ୍ରାଞ୍ଚର ତିନି ଜଣିଆ ଟିମ୍ ବ୍ରହ୍ମପୁର ଆସି ପଚରାଉଚରା ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking