29.4 C
Bhubaneswar
Monday, May 19, 2025
Homeଓଡିଶାଆମେ ନବ ଦାସଙ୍କୁ ନ୍ୟାୟ ଦେବୁ : ଆଇନ ମନ୍ତ୍ରୀ

ଆମେ ନବ ଦାସଙ୍କୁ ନ୍ୟାୟ ଦେବୁ : ଆଇନ ମନ୍ତ୍ରୀ

ଭୁବନେଶ୍ୱର: ‘ତତ୍କାଳୀନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ହତ୍ୟାଙ୍କୁ ନ୍ୟାୟ ଦେଇନାହାନ୍ତି ବିଜେଡି ସରକାର । ଘଟଣାରେ ଯେଉଁ ଭଳି ତଦନ୍ତ କରି ନ୍ୟାୟ ଦେବା କଥା ଦେଇ ପାରିନାହାନ୍ତି ନବୀନ ସରକାର । ତାଙ୍କ ପରିବାର ଅସହମତି ପ୍ରକାଶ କରି ଆମ ସରକାରକୁ ଲେଖିକି ଦେବା ପରେ ଆଜିଠାରୁ ହୋଇଛି ସାନି ତଦନ୍ତ ପ୍ରକ୍ରିୟା । ସାନି ତଦନ୍ତ ପାଇଁ ଘରେ ପହଞ୍ଚିଛି ଷ୍ଟେଟମେଣ୍ଟ ରେକର୍ଡ କରିଛି କ୍ରାଇମବ୍ରାଞ୍ଚ । ‘ ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ତତ୍କାଳୀନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା ଘଟଣାର ରି – ଓପନ କରି ସମ୍ପୂର୍ଣ୍ଣ କରିବା ପାଇଁ ଯାହା ଯାହା ଆବଶ୍ୟକତା ଅଛି କରାଯିବ । ଗତ ସରକାର ଏହି ହତ୍ୟାକାଣ୍ଡର ତଦନ୍ତ ବାଟବଣା କରିଥିଲେ । ନିଜ ଅଞ୍ଚଳରେ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ରାସ୍ତାରେ ଗୁଳି କରି ହତ୍ୟା କରାଯାଇଥିଲା ।

କିନ୍ତୁ ତତ୍କାଳୀନ ସରକାର ତଦନ୍ତର ଦିଗକୁ ବାଟବଣା କରି ରଖିଥିଲେ । ଘଟଣାର ଯାହା ଲିଙ୍କ ରହିଛି, ଆଗକୁ ଆସିବ । ଷ୍ଟେଟମେଣ୍ଟ ରେକର୍ଡ କରିବା ପାଇଁ ନବ ଦାସଙ୍କ ପରିବାର ଲୋକ ସମୟ ଦେଇଛନ୍ତି । କ୍ରାଇମବ୍ରାଞ୍ଚର ଦୁଇ ଜଣ ଅଧିକାରୀ ଝାରସୁଗୁଡା ସ୍ଥିତ ନବ ଦାସଙ୍କ ଘରକୁ ଯାଇଛନ୍ତି । ଷ୍ଟେଟମେଣ୍ଟ ରେକର୍ଡ ପରେ ତାଙ୍କର ତଦନ୍ତରେ କଣ ସନ୍ଦେହ ରହିଛି, ଜଣାପଡିବ । ଏହା ପରେ ତଦନ୍ତ ଆଗକୁ ଚାଲିବ ।

ଆହୁରି ମଧ୍ୟ କହିଛନ୍ତି, ‘ସମ୍ପୂର୍ଣ୍ଣ ନିରପେକ୍ଷ ଭାବେ ତଦନ୍ତ ହେବ ବୋଲି ରାଜ୍ୟବାସୀ ଓ ନବ ଦାସଙ୍କ ପରିବାର ଲୋକଙ୍କୁ ମୋହନ ସରକାର ଆଶ୍ୱାସନା ଦେଉଛି । କ୍ରିୟାଶୀଳ ଭାବେ ତଦନ୍ତ ହେବ । ସ୍ୱଚ୍ଛତାର ସହ ତଦନ୍ତ କରି ଘଟଣା ପଛରେ କିଏ ଅଛି, ତାହା ଓଡିଶାବାସୀ ଜାଣିବାର ଆବଶ୍ୟକତା ଅଛି। ତଦନ୍ତର ଦିଗ ବାବଦରେ ତଦନ୍ତକାରୀ ଅଧିକାରୀ ନିଷ୍ପତ୍ତି ନେବେ । ପରିବାର ଲୋକଙ୍କ ଷ୍ଟେଟମେଣ୍ଟ ଅନୁଯାୟୀ ତଦନ୍ତ ଆଗକୁ ବଢିବ । ବର୍ତ୍ତମାନର କ୍ରାଇମବ୍ରାଞ୍ଚର ତଦନ୍ତ ଉପରେ ଆମର ଯଥେଷ୍ଟ ଭରସା ଅଛି । ଗତ ସରକାର ଭଳି କ୍ରାଇମବ୍ରାଞ୍ଚର ଅନୁସନ୍ଧାନଶୀଳତାକୁ ନଷ୍ଟ କରିବାର କୌଣସି ଗୋଟିଏ ଘଟଣା ମଧ୍ୟ ବିଜେପି ସରକାରରେ ହୋଇନାହିଁ । ଆମର ବିଶ୍ୱାସ ଯାହା ସିବିଆଇ କରିପାରିଥାନ୍ତା ତାହା କ୍ରାଇମବ୍ରାଞ୍ଚ କରିପାରିବ । ସେ ବିଶ୍ୱାସକୁ ନେଇ ଆଗକୁ ବଢିବାକୁ ସରକାର ଚାହୁଁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking