35.1 C
Bhubaneswar
Saturday, June 7, 2025
Homeଓଡିଶାକଟକର ବାରଙ୍ଗ ଉପରେ ଉଡିଲା ରହସ୍ୟମୟ ଡ୍ରୋନ

କଟକର ବାରଙ୍ଗ ଉପରେ ଉଡିଲା ରହସ୍ୟମୟ ଡ୍ରୋନ

ବାରଙ୍ଗା: ମଙ୍ଗଳବାର ବିଳମ୍ବିତ ରାତିରେ କଟକ ଜିଲ୍ଲାର ବାରଙ୍ଗା ଅଞ୍ଚଳର ଲୋକମାନେ ଅନ୍ଧାର ଆକାଶରେ ଉଡୁଥିବା ଅନେକ ଡ୍ରୋନ ଦେଖିବା ପରେ ଭୟଭୀତ ହୋଇ ପଡିଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ ଡ୍ରୋନ ଉଡୁଥିବା ବେଳେ କିଏ ଏହି ଡ୍ରୋନ ଚଳାଉଛି ତାହା ଜଣାପଡିନଥିଲା । ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ସ୍ଥାନୀୟ ଲୋକମାନେ ପ୍ରଥମେ ବାରଙ୍ଗର ରତାଗଡ, ଗୋଡିସାହି, ଷଣ୍ଢପୁର ଇତ୍ୟାଦି ଅଞ୍ଚଳରେ ଏକାଧିକ ଡ୍ରୋନ ଉଡୁଥିବାର ଦେଖିଥିଲେ । ସେମାନେ ଭୟଭୀତ ହୋଇ ପୋଲିସକୁ ଖବର ଦେଇଥିଲେ । ସୂଚନା ପାଇବା ପରେ ବାରଙ୍ଗ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଯାଞ୍ଚ କରିଥିଲେ, କିନ୍ତୁ କୌଣସି ସୂଚନା ମିଳିପାରି ନାହିଁ । ବିଳମ୍ବିତ ରାତି ପର୍ଯ୍ୟନ୍ତ ମଧ୍ୟ ଏହି ଡ୍ରୋନଗୁଡିକ ବାରଙ୍ଗ ତ୍ରିଶୁଳିଆ, ନାରଣପୁର, କୃଷ୍ଣଚନ୍ଦ୍ରପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ଉଡୁଥିବା ଦେଖାଯାଇଥିଲା । ତେଣୁ ସ୍ଥାନୀୟ ଲୋକଙ୍କ ମନରେ ଭୟର ବାତାବରଣ ରହିଛି । ରାତିରେ କିଏ ଏବଂ କାହିିଁକି ଡ୍ରୋନଗୁଡିକ ଉଡାଉଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହେଇନାହିଁ । ପୋଲିସ ଘଟଣା ଉପରେ କଡା ନଜର ରଖି ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking