13.1 C
Bhubaneswar
Sunday, December 7, 2025
Homeଓଡିଶାମୋ ସ୍ୱାମୀକୁ ବିଜେଡି ମାରିଛି: କଳ୍ପନା ଢୋଲକିଆ

ମୋ ସ୍ୱାମୀକୁ ବିଜେଡି ମାରିଛି: କଳ୍ପନା ଢୋଲକିଆ

ଭୁବନଶ୍ୱେର: ୨୪ ବର୍ଷ ଧରି ବିଜେଡି ପାଇଁ କାମ  କରିଥିବା ରାଜେନ୍ଦ୍ର ଢୋଲକିଆଙ୍କୁ ଦଳ ଉଚିତ ସମ୍ମାନ ଦେଇନାହିଁ ।  ତାଙ୍କ ଜୀବନର ଶେଷ ସମୟରେ ବି  ଛିଡା ହୋଇନଥିଲା ବିଜେଡି । ଅସୁସ୍ଥ ସମୟରେ କେହିବି ତାଙ୍କ କଥା ବୁଝି ନଥିଲେ । ଏହି କଥା ମାନସିକ ଭାବେ  ରାଜେନ୍ଦ୍ର ଢୋଲକିଆଙ୍କୁ  ବହୁତ ଆଘାତ ଦେଇଥିଲା । ମୋ ସ୍ୱାମୀକୁ ବିଜେଡି ମାରିଛି । ନୂଆପଡା ଉପନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବା ବେଳେ ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ କଳ୍ପନା ଢୋଲକିଆ ଏଭଳି କିଛି ବୟାନ ଦେଇଛନ୍ତି ।  ମୃତ୍ୟୁ ପରେ ବି ତାଙ୍କ ପରିବାରକୁ ଯେଉଁଭଳି ଭାବେ ଅସମ୍ମାନ କରାଯାଇଛି ତାହା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି କଳ୍ପନା ଢୋଲକିଆ । ପୂର୍ବରୁ ଜୟ ଢୋଲକିଆ ଏବଂ  ଜୟଙ୍କ ପରେ ପରେ  ଏବେ ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ  କଳ୍ପନା ଢୋଲକିଆ ଏଭଳି ସାଙ୍ଘାତିକ ଅଭିଯୋଗ  ଆଣିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking