21.1 C
Bhubaneswar
Sunday, February 1, 2026
Homeଦେଶ ବିଦେଶମୋ ସରକାର ଦୁର୍ନୀତି ମୁକ୍ତ: ରାଷ୍ଟ୍ରପତି

ମୋ ସରକାର ଦୁର୍ନୀତି ମୁକ୍ତ: ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆଜି ସଂସଦର ବଜେଟ ଅଧିବେଶେନ । ବଜେଟ ଅଧିବେଶନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଭିଭାଷଣ ରଖିଛନ୍ତି । କହିଛନ୍ତି, ଦେଶବ୍ୟାପୀ ବନ୍ଦେ ମାତରମର ୧୫୦ ବର୍ଷ ପୂର୍ତ୍ତି ପାଳନ ହୋଇଛି । ସଂସଦରେ ଏନେଇ ସ୍ୱତନ୍ତ୍ର ଆଲୋଚନା ହୋଇଥିଲା । ସଂସଦରେ ସ୍ୱତନ୍ତ୍ର ବିତର୍କ ହୋଇଥିବାରୁ ଧନ୍ୟବାଦ ଜଣାଉଛି । ଦେଶନିଜ ପୂର୍ବଜଙ୍କୁ ମନେ ପକାଇଲେ ନୂଆ ପିଢୀ ଉତ୍ସାହିତ ହୁଏ । ଏହା ବିକଶିତ ଭାରତ ଅଭିମୁଖେ ଆମ ଯାତ୍ରାକୁ ଆହୁରି ଗତି ଦିଏ । ଗତ ୧୦ରୁ ୧୧ ବର୍ଷରେ ଭାରତ ଅନେକ କ୍ଷେତ୍ରରେ ସଫଳତା ପାଇଛି ।

ମୋ ସରକାର ସାମାଜିକ ଶକ୍ତି ପାଇଁ ସମର୍ପିତ । ୪ କୋଟି ଲୋକଙ୍କୁ ପକ୍କା ଘର ମିଳିଛି । ୨୫କୋଟି ଲୋକଙ୍କ ଗରିବୀ  ଉପରକୁ ଉଠାଇଛୁ । ସାଢେ ୧୨କୋଟି ଲୋକଙ୍କୁ ପାଇପ ଯୋଗେ ପାଣି ଦେଇଛୁ । ଆୟୁଷ୍ମାନ ଭାରତରେ ଗତବର୍ଷ ଅଢେଇ କୋଟି ଲୋକଙ୍କୁ ମାଗଣା ଚିକିତ୍ସା କରାଯାଇଛି । ବୟୋ ବନ୍ଦନାରେ ୮ ଲକ୍ଷ ବରିଷ୍ଠ ନାଗରିକଙ୍କୁ ମାଗଣା ଚିକିତ୍ସା ମିଳିଛି । ମାଛ ଉତ୍ପାଦନରେ ବିଶ୍ୱର ଦ୍ୱିତୀୟ ସ୍ଥାନରେ ରହିଛି ଭାରତ । ମୋ ସରକାର ଦୁର୍ନୀତିମୁକ୍ତ, ପ୍ରତିଟି ଟଙ୍କା ଲୋକଙ୍କ ପାଇଁ ଖର୍ଚ୍ଚ ହେଉଛି । ବନ୍ଦେ ଭାରତ ସ୍ଲିପର ଟ୍ରେନ, ରେଲୱେ ପାଇଁ ନୂଆ ଯୁଗ ଅଟେ । ଇୟୁ ସହ ଚୁକ୍ତି ଐତିହାସିକ ପଦକ୍ଷେପ । ଏହା ଦ୍ୱାରା ନିର୍ମାଣ ଓ ସେବା କ୍ଷେତ୍ରରେ ରୋଜଗାର ସୃଷ୍ଟି ହେବ । ଜିଏସଟିରେ ସଂସ୍କାର ଯୋଗୁଁ ଲୋକଙ୍କ ୧ ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇଛି । ଏହାଦ୍ୱାରା ଅର୍ଥ ବ୍ୟବସ୍ଥାରେ ଭାରତକୁ ନୂଆ ଗତି ମିଳିଛି । ପର୍ଯ୍ୟଟନ କ୍ଷେତ୍ର ପାଇଁ ନୂଆ ଦ୍ୱାର ଖୋଲିଛି । ବିଶ୍ୱରେ ଏବେ ଭାରତର ଚର୍ଚ୍ଚା ହେଉଛି ।ଗ୍ରାମୀଣ ବିକାଶ ପାଇଁ ସରକାର ଭିବ- ଜି ରାମ-ଜି ବିଲ ଆଣିଛନ୍ତି । ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି ଲକ୍ଷ୍ୟ ରଖାଯାଇଛି । ଅପରେସନ ସିନ୍ଦୂରରେ ଯବାନ ତାଙ୍କ ପରାକ୍ରମ ଦେଖାଇଛନ୍ତି । ଆତଙ୍କବାଦୀ ଆକ୍ରମଣର କଡା ଜବାବ ଦିଆଯାଇଛି । ସୀମାରେ ସୁରକ୍ଷାକର୍ମୀ ମାନେ ପୂରା ସଜାଗ ରହୁଛନ୍ତି । ୮ ଜିଲ୍ଲା ଏବେ ମାଓବାଦୀ, ଆତଙ୍କବାଦୀ ପ୍ରଭାବିତ ଜିଲ୍ଲା । ସେହିପରି ଜିଏସଟିରେ ଐତିହାସିକ ସୁଧାର ଆସିଛି । ଜିଏସଟିରେ ସୁଧାର ପାଇଁ ୧ ଲକ୍ଷ କୋଟି ସଞ୍ଚୟ ହୋଇଛି । ଦେଶର ଅର୍ଥ ବ୍ୟବସ୍ଥାକୁ ନୂଆ ଗତି ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking