13.1 C
Bhubaneswar
Wednesday, January 14, 2026
Homeଓଡିଶାମୋ ବସରେ ଲାଗିଲା ନିଆଁ

ମୋ ବସରେ ଲାଗିଲା ନିଆଁ

କଟକ: ମୋ ବସରେ ଲାଗିଲା ନିଆଁ । କଟକ ବିରୂପା ବ୍ୟାରେଜ ନିକଟରେ ବସରେ ଲାଗିଲା ନିଆଁ। ପ୍ରଥମେ ବସରୁ ଧୂଆଁ ବାହାରିବାରୁ ବସକୁ ରୋକାଯାଇଥିଲା,ଏବଂ ସବୁ ଯାତ୍ରୀ ଓହ୍ଲାଇପଡିଥିଲେ। ଧୂଆଁକୁ ଆୟତ୍ତ କରିଥିଲେ ସ୍ଥାନୀୟ ଲୋକେ। ସୂଚନା ଅନୁସାରେ,   ପାଖାପାଖି ୭୦ ଯାତ୍ରୀଙ୍କୁ ନେଇ କଟକ ଅଭିମୁଖେ ଯାଉଥିଲା  ମୋ ବସ୍। ହେଲେ ବିରୂପା ବ୍ୟାରେଜ ନିକଟରେ ବସରୁ ଧୂଆଁ ବାହାରିବାରୁ ବିକଳରେ ଯାତ୍ରୀ ଓହ୍ଲାଇପଡିଥିଲେ। ସେମାନଙ୍କୁ ଅନ୍ୟ ବସରେ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପଠାଯିବା ବ୍ୟବସ୍ଥା କରାଯାଇଥିଲା । ତେବେ ଧୂଆଁ ଲାଗିବାର କାରଣ ଏଯାଏଁ ଜଣାନପଡିଥିଲେ ବି ବାରମ୍ବାର କାହିଁକି ମୋ ବସରେ ନିଆଁ ଲାଗୁଛି ସେନେଇ ସାଧାରଣରେ ପ୍ରଶ୍ନ ଉଠୁଛି। କେବଳ ଅଗ୍ନିକାଣ୍ଡ ନୁହେଁ ମୋ ବସକୁ ନେଇ ବିଭିନ୍ନ ଅଭିଯୋଗ ଶୁଣିବାକୁ ମିଳୁଛି । ଅନେକ ସମୟରେ ମୋ ବସ ଡ୍ରାଇଭରଙ୍କ ବେପରୁଆ ଗାଡି ଚାଲନା ଯୋଗୁଁ  ଦୁର୍ଘଟଣା ଘଟୁଛି । ଏବେ ନିକଟ ଅତୀତ କଥା କହିବାକୁ ଗଲେ ନନ୍ଦନକାନନ ରୋଡ ରଘୁନାଥପୁର ନିକଟରେ ଜଣେ ନାବାଳିକାଙ୍କ ଉପରେ  ମୋ ବସ ମାଡିଯିବା, ତା ପୂର୍ବରୁ ଆଚାର୍ୟ୍ୟବିହାର ଛକ ନିକଟରେ ଜଣେ ଯୁବତୀଙ୍କୁ ଧକ୍କା ଦେବା, ଏବଂ ୨ ସପ୍ତାହ ତଳେ ଜଣେ ମହିଳାଙ୍କ ଗାଡିକୁ ମୋ ବସ୍ ମଡାଇ ଦେବା ସହ ଅନ୍ୟ ୩ଜଣଙ୍କୁ ଧକ୍କା ଦେବା ଘଟଣା ପୁରା  ରାଜଧାନୀରେ ହଇଚଇ ସୃଷ୍ଟି କରିଥିଲା । ଏହାକୁ ନେଇ କମିଶନରେଟ୍ ପୋଲିସ ପକ୍ଷରୁ ଆୟୋଜିତ ସ୍ବତନ୍ତ୍ର ବୈଠକରେ ମୋ ବସ୍ ଡ୍ରଇଭର ଓ କର୍ମଚାରୀଙ୍କୁ ତାଗିଦ କରାଯିଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking