23.1 C
Bhubaneswar
Sunday, March 22, 2026
Homeଦେଶ ବିଦେଶମୁଜାଫରପୁରର ଲିଚୁକୁ ମିଳିଲା ଏକ ନୂତନ ପରିଚୟ

ମୁଜାଫରପୁରର ଲିଚୁକୁ ମିଳିଲା ଏକ ନୂତନ ପରିଚୟ

ବିହାର: ବିହାରର ମୁଜାଫରପୁରର ଶାହି ଲିଚି ଏହାର ମିଠା ସ୍ୱାଦ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ । ଏହି ପ୍ରକାରର ଲିଚି ସମଗ୍ର ବିଶ୍ୱରେ ମିଳେ ନାହିଁ । ଡାକ ବିଭାଗ ମୁଜାଫରପୁରର ଶାହି ଲିଚିକୁ ଜିଆଇ ଟ୍ୟାଗ ମିଳିବା ପରେ ଏକ ଡାକ ଟିକେଟ ଜାରି କରିଛି । ଏଥର ଡାକ ବିଭାଗ ଭାଗଲପୁରର ଜରଡାଲୁ ଆମ୍ବ, ମିଥିଳାର ମାଖନା ଏବଂ ମଗଧର ମଗାହି ପାନ ଉପରେ ମଦ୍ୟ ଡାକଟିକଟ ଜାରି କରିଛି, ଯାହା ସମସ୍ତଙ୍କୁ ଏକ ନୂତନ ପରିଚୟ ଦେଉଛି ।  ଏମାନଙଅକ ପାଇଁ ପୃଥକ ଡାକଟିକଟ ପ୍ରକାଶିତ ହୋଇଛି, ଯାହାର ମୂଲ୍ୟ ୫ ଟଙ୍କା । ଏହି ସମସ୍ତ ଟିକେଟ ମଧ୍ୟରୁ ମୁଜାଫରପୁରର ଶାହି ଲିଚିର ଟିକେଟ ଅଧିକ ଆକର୍ଷଣୀୟ । ଉତ୍ତର ବିହାରର ଫିଲାଟେଲିଷ୍ଟ ସୋସାଇଟିର ସଭାପତି ଆଚାର୍ଯ୍ୟ ଚନ୍ଦ୍ର କିଶୋର ପରାଶର କହିଛନ୍ତି ଯେ ଶାହି ଲିଚି ନାମରେ ଡାକ ଟିକଟ ଜାରି କରିବା ଆମ ସହର ଏବଂ ଏହାର ଚାଷୀମାନଙ୍କୁ ଏକ ନୂତନ ପରିଚୟ ଦେଇଛି, ଯାହା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking