25.1 C
Bhubaneswar
Tuesday, March 24, 2026
Homeଦେଶ ବିଦେଶହିନ୍ଦୁ ଯୁବତୀଙ୍କୁ ପଟାଇବା ପାଇଁ ହନୁମାନ ଚାଲିଶା ପଢିଲା ମୁଲମାନ ଯୁବକ

ହିନ୍ଦୁ ଯୁବତୀଙ୍କୁ ପଟାଇବା ପାଇଁ ହନୁମାନ ଚାଲିଶା ପଢିଲା ମୁଲମାନ ଯୁବକ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲକ୍ଷ୍ନୌରୁ ପୁଣି ଏକ ଲଭ ଜିହାଦ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ମୁଲମାନ ଯୁବକ, ଜଣେ ହିନ୍ଦୁ ଯୁବତୀଙ୍କୁ ପଟାଇବା ପାଇଁ ହନୁମାନ ଚାଲିଶା ପଢିଛନ୍ତି । ଆଉ ଯୁବତୀ ଜଣକ ତାଙ୍କ ପ୍ରାମ ଜାଲରେ ଫସି ବି ଯାଇଛନ୍ତି । କିନ୍ତୁ ତା ପରେ ଆରମ୍ଭ ହେଲା ଖେଳ । ଯୁବକ ଜଣକ ଯୁବତୀଙ୍କୁ ଶେଷରେ ତାଙ୍କ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରିଛନ୍ତି । ଚାଲନ୍ତୁ ଜାଣିବା ଏହାର ସମ୍ପୂର୍ଣ୍ଣ କାହାଣୀ ।ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ, ଜଣେ ୨୦ ବର୍ଷୀୟା ଯୁବତୀ ଜଣେ ମୁସଲିମ ଯୁବକଙ୍କ ଉପରେ ତାଙ୍କୁ ପ୍ରେମ ଜାଲରେ ଫସାଇ ଧର୍ମ ପରିବର୍ତ୍ତନ ପାଇଁ ଚାପ ପକାଇବାର ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଯୁବତୀ କହିଛନ୍ତି ଯେ, ଅଭିଯୁକ୍ତ ପ୍ରଥମେ ହନୁମାନ ଏବଂ ଶିବ ଚାଳିଶା ପାଠ କରି ତାଙ୍କ ବିଶ୍ୱାସ ଜିତିଥିଲେ। ତା’ପରେ ସେ ତାଙ୍କୁ ଧମକ ଦେଇ ଇସଲାମ ଗ୍ରହଣ କରିବାକୁ ବାଧ୍ୟ କରାଇଥିଲେ।

ଏହି ମାମଲାରେ ଚିନହଟ ଥାନାରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ଘଟଣାର ତଦନ୍ତ କରୁଛି। ଝିଅଟି କହିବା ଅନୁସାରେ, ଅଭିଯୁକ୍ତ ଯୁବକ ରଶିଦଙ୍କ ପ୍ରେମରେ ପଡ଼ିବା ପରେ ସେ ଇସଲାମ ଗ୍ରହଣ କରିବାକୁ ତାଙ୍କ ଉପରେ ଚାପ ପକାଇବା ଆରମ୍ଭ କଲା। ଯେତେବେଳେ ଝିଅଟି ଏହାକୁ ବିରୋଧ କଲା, ଅଭିଯୁକ୍ତ ତାକୁ ଟଙ୍କା ଏବଂ ବିଦେଶରେ ଏକ ଐଶ ଆରାମର ଜୀବନ ବିତାଇବା ପାଇଁ ଲୋଭ ଦେଖାଇଥିଲା। ଯେତେବେଳେ ଝିଅଟି ଧର୍ମ ପରିବର୍ତ୍ତନ କରିବାକୁ ମନା କଲା, ରଶିଦ ଯୁବତୀଙ୍କର ଏଡିଟେଡ୍ ଫଟୋ ଭାଇରାଲ କରିବାକୁ ଏବଂ ତା’ର ପରିବାର ସଦସ୍ୟଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲା । ଏହି ଭୟରେ ଯୁବତୀ ଜଣକ ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିଲେ ।ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରସିଦର କିଛି ସମ୍ପର୍କୀୟଙ୍କ ବାଂଲାଦେଶ ଏବଂ ସାଉଦି ଆରବ ସହିତ ସମ୍ପର୍କ ଥିବା ଜଣାପଡିଛି, ଯାହା ଆଧାରରେ ମାମଲାର ଗଭୀର ତଦନ୍ତ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking