32.1 C
Bhubaneswar
Saturday, March 14, 2026
Homeଦେଶ ବିଦେଶମସ୍କ ଭୟଙ୍କର ଭବିଷ୍ୟବାଣୀ; ନିଶ୍ଚିହ୍ନ ହୋଇଯିବ ସିଙ୍ଗାପୁର !

ମସ୍କ ଭୟଙ୍କର ଭବିଷ୍ୟବାଣୀ; ନିଶ୍ଚିହ୍ନ ହୋଇଯିବ ସିଙ୍ଗାପୁର !

ନୂଆଦିଲ୍ଲୀ: ସିଙ୍ଗାପୁର ସହ ଏସିଆର ଅନେକ ଦେଶ ନିଶ୍ଚିହ୍ନ ହେବାକୁ ଯାଉଛି। ସାମାଜିକ ଗଣମାଧ୍ୟମ ଏକ୍ସରେ କିଛି ଏହିଭଳି ପୋଷ୍ଟ କରିଛନ୍ତି ଟେସଲା ମାଲିକ ଏଲନ ମସ୍କ। ଏସିଆ ମହାଦେଶର ଅନେକ ଛୋଟବଡ଼ ଦେଶରେ ଜନ୍ମହାର କମୁଛି। ଏନେଇ ନିକଟରେ ପ୍ରକାଶିତ ସିଙ୍ଗାପୁର “ବେବି କ୍ରାଇସିସ”(ଶିଶୁ ସଙ୍କଟ) ନାମକ ଏକ ରିପୋର୍ଟରେ ପ୍ରତିକ୍ରିୟା ଦେଇ ଏଭଳି ମସ୍କ ଏଭଳି ଭୟଙ୍କର ଭବିଷ୍ୟବାଣୀ କରିଛନ୍ତି। ସାଉଥ କୋରିଆ, ଜାପାନ, ହଂକଂ, ଚାଇନା ସହ ଭାରତରେ ମଧ୍ୟ ଶିଶୁ ଜନ୍ମହାର ବହୁଳ ପରିମାଣରେ ହ୍ରାସ ହୋଇଥିବା ଦେଖିବାକୁ ମିଳୁଛି। ସିଙ୍ଗାପୋର ସରକାର ଦେଶରେ ଜନ୍ମହାର ବୃଦ୍ଧି କରିବାକୁ ସେଠାକାର ମହିଳା ମାନଙ୍କୁ ଅଧିକରୁ ଅଧିକ ପିଲା ଜନ୍ମ କରିବାକୁ ପ୍ରୋତ୍ସାହିତ କରୁଛନ୍ତି। ସେପଟେ ଜନସଂଖ୍ୟାର ଅଭାବ ଯୋଗୁ ମଣିଷ ଜାଗାରେ ଏବେ ସେଠାରେ କାମ କରୁଛନ୍ତି ରୋବଟ। ୧୯୭୦ ମସିହା ସୁଦ୍ଧା ସାଉଥକୋରିଆ, ଜାପାନ ଓ ଚାଇନା ଭଳି ଦେଶରେ ଶିଶୁ ଜନ୍ମହାର ପ୍ରତି ମହିଳା ପିଛା ହାରାହାରି ୫ ରହିଥିଲା। କିନ୍ତୁ ବର୍ତ୍ତମାନ ଏହି ସବୁ ଦେଶଗୁଡ଼ିକରେ ଶିଶୁ ଜନ୍ମହାର ପ୍ରତି ମହିଳା ପିଛା ୧ରୁ କମ୍ ରହିଛି। ତେବେ ବିଗତ ୭୦ ବର୍ଷ ମଧ୍ୟରେ ସମଗ୍ର ବିଶ୍ୱରେ ପ୍ରଜନନ ହାର ୫୦ ପ୍ରତିଶତକୁ ହ୍ରାସ ପାଇଛି।

ଶିଶୁ ଜନ୍ମହାରରେ ଦ୍ରୁତ ହ୍ରାସ ସାଉଥ କୋରିଆ, ଜାପାନ ଓ ସିଙ୍ଗାପୁର ପାଇଁ ଚିନ୍ତାର କାରଣ ପାଲଟିଛି। ସାଉଥ କୋରିଆରେ ପ୍ରଜନନ ହାର ପ୍ରତି ମହିଳା ପିଛା ୦.୭୨ ଭଳି ସର୍ବନିମ୍ନ ସ୍ତରକୁ ଖସି ଆସିବା ସହ ସିଙ୍ଗାପୁରରେ ପ୍ରଜନନ ହାର ୦.୯୭ ପ୍ରତିଶତ ରହିଛି। ଯେହେତୁ ଜାପାନ୍‌?ରେ ୧୯୪୭ ମସିହାରୁ କ୍ରମାଗତ ଭାବେ ପ୍ରଜନନ ହାର କମ୍ ରହୁଛି, ତେଣୁ ବର୍ତ୍ତମାନ ସେଠାରେ ବୟସ୍କଙ୍କ ସଂଖ୍ୟା ଅଧିକ ହୋଇଗଲାଣି। କେହି କେହି ଜାପାନକୁ ବୟସ୍କ ଲୋକଙ୍କ ଦେଶ ବୋଲି କହୁଛନ୍ତି। ବିଗତ କିଛି ବର୍ଷ ମଧ୍ୟରେ ଦକ୍ଷିଣ କୋରିଆରେ ଅର୍ଥନୈତିକ ଚାପ ବଢ଼ିବା ସହ ରିୟଲଇଷ୍ଟେଟ୍ ମୁଲ୍ୟ ଅହେତୁକ ବୃଦ୍ଧି ପାଇଛି। ମହଙ୍ଗା ମାର୍କେଟ୍ ସ୍ଥିତିରେ ସେଠାକାର ଯୁବପିଢ଼ି ଶୀଘ୍ର ବିବାହ କିମ୍ବା ପିଲା ଜନ୍ମ କରିବାକୁ ରାଜି ହେଉ ନାହାନ୍ତି। ବିଶେଷ କରି ୨୦ ରୁ ୩୦ ବର୍ଷ ମଧ୍ୟରେ ଯୁବପିଢ଼ି ବିବାହ କରିବାକୁ କିମ୍ବା ବାପାମା ହେବାକୁ ନାପସନ୍ଦ କରୁଛନ୍ତି। ଯଦି ନିୟମିତ ଭାବେ ଏହି ଧାରା ଜାରି ରହିଲା ତେବେ ୨୧୦୦ ମସିହା ବେଳକୁ ଦକ୍ଷିଣ କୋରିଆର ଜନସଂଖ୍ୟା ବର୍ତ୍ତମାନ ଠାରୁ ଅଧା ହୋଇଯିବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ତେଣୁ ଦକ୍ଷିଣ କୋରିଆରେ ଜନସଂଖ୍ୟା ବୃଦ୍ଧି କରିବାକୁ ସରକାର ଏକାଧିକ ପଦକ୍ଷେପ ଗ୍ରହଣ କରୁଛନ୍ତି।

ଦକ୍ଷିଣ କୋରିଆରେ ୨୦୨୨ ପରେ ଯେଉଁ ମହିଳା ଶିଶୁ ଜନ୍ମ କରିବେ ସେମାନଙ୍କୁ ୧୮୫୦ ଡଲାର(୧,୫୭,୦୦୦ ଟଙ୍କା) ପ୍ରୋତ୍ସାହନ ରାଶି ଦିଆଯାଉଛି। ଅନ୍ୟପକ୍ଷେ ପିଲାଟି ଏକ ବର୍ଷର ନହେବା ଯାଏ ପ୍ରତି ମାସରେ ସରକାରଙ୍କ ତରଫରୁ ପିଲାଟିର ଭରଣପୋଷଣ ପାଇଁ ପିତାମାତାଙ୍କୁ ଆର୍ôଥକ ସହାୟତା ମଧ୍ୟ ମିଳୁଛି। କେବଳ ଏତିକି ନୁହେଁ, ସରକାର ଦେଶରେ ବ୍ଲାଇଣ୍ଡ ଡେଟିଂକୁ ମଧ୍ୟ ପ୍ରତ୍ସାହନ ଦେଉଛନ୍ତି। ଯାହାଦ୍ୱାରା ଦେଶରେ ପ୍ରଜନନ ହାରରେ ବୃଦ୍ଧି ହେବ। ଦକ୍ଷିଣ କୋରିଆର ସ୍ଥିତି ତ ଜାଣିଲେ। ସିଙ୍ଗାପୁର ସ୍ଥିତି ଏବେଠାରୁ ସଂଗୀନ ହେଲାଣି। ସେଠାରେ କାମ କରିବାକୁ ଲୋକ ମିଳୁ ନାହାନ୍ତି। ତେଣୁ ମଣିଷ ଜାଗାରେ ରୋବଟ କାମ କରୁଛି। ଇଣ୍ଟରନେସନାଲ ଫେଡେରେସନ ଅଫ ରୋବଟିକ୍ସ ସଂସ୍ଥା ଅନୁସାରେ, ସିଙ୍ଗାପୁରରେ ପ୍ରତି ୧୦,୦୦୦ ଶ୍ରମିକ ମଧ୍ୟରେ ୭୭୦ଟି ରୋବୋଟ ରହିଛନ୍ତି। ଦେଶରେ ବର୍ତ୍ତମାନ କୋଣଅନୁକୋଣରେ ରୋବଟ ପୋଲିସ, ରୋବଟ ସଫେଇବାଲା, ରୋବୋଟ ୱେଟର ଓ ରୋବୋଟ କୁକୁର ଆଦି ଦେଖିବାକୁ ମିଳୁଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସିଙ୍ଗାପୁରର ଚାଙ୍ଗି ଏୟାରପୋର୍ଟରେ ପୁଲିସ ଜାଗାରେ ରବୋଟ ପାଟ୍ରୋଲିଂ କରୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking