30.1 C
Bhubaneswar
Tuesday, February 24, 2026
Homeଦେଶ ବିଦେଶଗୁକେଶଙ୍କୁ ଶୁଭେଚ୍ଛା ଜଣାଇଲେ ମସ୍କ

ଗୁକେଶଙ୍କୁ ଶୁଭେଚ୍ଛା ଜଣାଇଲେ ମସ୍କ

ନୂଆଦିଲ୍ଲୀ : ଭାରତୀୟ ୧୮ ବର୍ଷୀୟା ଗୁକେଶ  ସର୍ୱ କନିଷ୍ଠ  ବିଶ୍ୱ ଚେସ ଚାମ୍ପିୟାନ ଭାବରେ ଇତିହାସ ସୃଷ୍ଟି କରିଛନ୍ତି ।  ତାଙ୍କର ଏହି ସଫଳତାକୁ  ଶୁଭେଛା ଜଣାଇଛନ୍ତି  କୋଟିପତି ବ୍ୟାବସାୟୀ ଏଲନ ମସ୍କ ।  ଏକ୍ସରେ ଗୁକେଶଙ୍କ ପୋଷ୍ଟକୁ ସେୟାର କରି ଏଲନ ମସ୍କ ଲେଖିଛନ୍ତି , ଅଭିନନ୍ଦନ । ସାରା ବିଶ୍ବର ବହୁ ଗ୍ରାଣ୍ଡମାଷ୍ଟର୍ ଓ ଲକ୍ଷ ଲକ୍ଷ ଚେସ୍ ଖେଳାଳି ଓ ପ୍ରଶଂସକ ଗୁକେଶଙ୍କୁ ଶୁଭକାମନା ଜଣାଇଛନ୍ତି। ଏହି ତାଲିକାରେ ରୁଷିଆର ଅନ୍ୟତମ କିଂବଦନ୍ତି ଚେସ୍ ତାରକା ଗ୍ୟାରି କାସ୍ପାରୋଭ ମଧ୍ୟ ରହିଛନ୍ତି।
କାସ୍ପାରୋଭ ନିଜ ପ୍ରତିକ୍ରିୟାରେ ଗୁକେଶଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଗୁକେଶ ଚେସ୍‌ର ସର୍ବୋଚ୍ଚ ଶୃଙ୍ଗ ଚଢ଼ିଛନ୍ତି। ତାଙ୍କ ମା’ ବହୁତ ଖୁସି ଥିବେ। ଭାରତୀୟ ଚେସ୍‌ର ଭବିଷ୍ୟତ ବେଶ୍ ଉଜ୍ଜ୍ବଳ। ଗୁକେଶ ସଫଳତାର ସହ ନିଜର ସବୁ ପ୍ରତିବନ୍ଧ ଦୂର କରିଛନ୍ତି। ବୟସକୁ ଦେଖିଲେ ତାଙ୍କଠାରୁ ୟାଠୁ ଅଧିକ କିଛି ଆଶା କରାଯାଇ ନପାରେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking