ଭୁବନେଶ୍ୱର: ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ ହୋଇଛି । ଅଭିଯୋଗ ପରେ କ୍ୟାମ୍ପସ୍ରେ ଛାତ୍ରଛାତ୍ରୀଙ୍କ ହଙ୍ଗାମାକୁ ନେଇ ପ୍ରବଳ ଉତ୍ତେଜନା ବୃଦ୍ଧି ପାଇଛି । ଡ୍ରାମା ବିଭାଗ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗରୁ ଉତ୍ତେଜନା ଦେଖାଦେଇଛି । ଜଣେ ଅଧ୍ୟାପକଙ୍କ ନାଁରେ କାଷ୍ଟିଂ କାଉଚ ଅଭିଯୋଗ ହୋଇଛି । ବିକ୍ଷୋଭ କରୁଥିବା ଉତ୍ତେଜନା ମଧ୍ୟରେ ଜଣେ ଛାତ୍ରୀ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତେବେ ଏନେଇ କଲେଜ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।










