26.1 C
Bhubaneswar
Thursday, December 18, 2025
Homeଖେଳସଡ଼କ ଦୁର୍ଘଟଣାରେ ମୁଶୀର ଖାନ୍ ଗୁରୁତର

ସଡ଼କ ଦୁର୍ଘଟଣାରେ ମୁଶୀର ଖାନ୍ ଗୁରୁତର

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର୍ କ୍ରିକେଟର୍ ସର୍ଫରାଜ ଖାନ୍‌ଙ୍କ ସାନଭାଇ ମୁଶୀର ଖାନ୍ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ବେକରେ ଗମ୍ଭୀର ଆଘାତ ଲାଗିଥିବା କୁହାଯାଉଛି। ଇରାନୀ କପ୍‌ରେ ଭାଗନେବା ପାଇଁ ମୁଶୀର ପିତା ନୌଶାଦ୍ ଖାନ୍‌ଙ୍କ ସହ ନିଜ ଫର୍ଚୁନର୍‌ରେ ଆଜମଗଡ଼ରୁ ଲକ୍ଷ୍ନୌ ଯାଉଥିବା ବେଳେ ପୂର୍ବାଞ୍ଚଳ ଏକ୍ସପ୍ରେସ୍ ୱେରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ି ନଥିଲେ ମଧ୍ୟ ସ୍ଥାନୀୟ ଲୋକଙ୍କ ଅନୁସାରେ କାର୍ ସଡ଼କରେ ୪ରୁ ୫ଥର ପଲଟିଥିଲା। ଫଳରେ ମୁଶୀରଙ୍କୁ ଗମ୍ଭୀର ଆଘାତ ଲାଗିଛି। ଏବେ ମୁଶୀର ଅତିକମ୍‌ରେ ୬ ସପ୍ତାହ କ୍ରିକେଟ୍ ଗତିବିଧିରୁ ଦୂରେଇ ରହିବା ସମ୍ଭାବନା ସୃଷ୍ଟି ହୋଇଛି। ଏପରି କି ତାଙ୍କୁ ଫେରିବା ପାଇଁ ତିନିମାସ ମଧ୍ୟ ଲାଗିଯାଇପାରେ। ଆହତ କାରଣରୁ ମୁଶୀର ଅକ୍ଟୋବର ୧ରୁ ଆରମ୍ଭ ହେବାକୁ ଥିବା ଇରାନୀ ଟ୍ରଫିରୁ ବାଦ୍ ପଡ଼ିବା ନିଶ୍ଚିତ ହୋଇଯାଇଛି। ସର୍ଫରାଜ ଖାନ୍‌ଙ୍କ ପରିବାର ମୂଳତଃ ଉତ୍ତର ପ୍ରଦେଶର ଆଜମଗଡ଼ ନିବାସୀ।

ଦୁଲୀପ୍ ଟ୍ରଫି ୨୦୨୪ରେ ମୁଶୀର ନିଜ ପ୍ରଦର୍ଶନରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ନିଜ ଡେବ୍ୟୁ ମ୍ୟାଚ୍‌ରେ ସେ ଇଣ୍ଡିଆ-ବି’ ପକ୍ଷରୁ ଇଣ୍ଡିଆ-ଏ’ ବିପକ୍ଷରେ ୧୮୧ ରନ୍‌ର ଇନିଂସ୍ ଖେଳିଥିଲେ। ୩୭୩ ବଲ୍‌ର ଇନିଂସ୍‌ରେ ୧୬ ଚୌକା ଓ ୫ ଛକା ସାମିଲ ଥିଲା। ଦୁଲୀପ୍ ଟ୍ରଫିରେ ଡେବ୍ୟୁ ମ୍ୟାଚ୍‌ରେ ୨୦ ବର୍ଷରୁ କମ୍ କୌଣସି ଖେଳାଳିଙ୍କର ଏହା ତୃତୀୟ ସର୍ବାଧିକ ସ୍କୋର୍‌। ଏହି ମାମଲାରେ ମୁଶୀର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଛନ୍ତି। ସଚିନ୍ ୧୯୯୧ରେ ଦୁଲୀପ୍ ଟ୍ରଫି ଡେବ୍ୟୁରେ ୧୫୯ ରନ୍‌ର ଇନିଂସ୍ ଖେଳିଥିଲେ। ଏହି ମାମଲାରେ ବାବା ଅପରାଜିତ ଶୀର୍ଷରେ ରହିଛନ୍ତି। ସେ ଦୁଲୀପ୍ ଟ୍ରଫି ଡେବ୍ୟୁରେ ୨୧୨ ରନ୍ କରିଥିଲେ। ତାଲିକାର ଦ୍ୱିତୀୟ ସ୍ଥାନରେ ୟଶ୍ ଧୁଲ (୧୯୩) ରହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking