ଭୁବନେଶ୍ୱର: ଭୁବନେଶ୍ୱରରେ ହତ୍ୟା ମାମଲା କମୁଛି, ହେଲେ କଟକରେ ବଢି ଚାଲିଛି । ଏନେଇ ଗୃହରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୨୦୨୪ରେ କଟକରେ ୨୧ଟି ହତ୍ୟା ମାମଲା ପଞ୍ଜିକୃତ ହୋଇଥିଲା । ୨୦୨୫ରେ ଏହି ସଂଖ୍ୟା ବଢି ୨୪ ରେ ପହଁଚିଲା । ଭୁବନେଶ୍ୱରରେ ହତ୍ୟା ଅଧିକ ଥିଲେ ବି ୨୦୨୪ ତୁଳନାରେ ୨୦୨୫ରେ କମ । ୨୦୨୪ରେ ଭୁବନେଶ୍ୱରରେ ୪୩ଟି ହତ୍ୟା ମାମଲା ପଞ୍ଜିକରଣ ହୋଇଥିଲା । ଯାହା ୨୦୨୫ ମସିହାରେ କମି ୩୩ରେ ରହିଲା କହିଛନ୍ତି ମୁଖ୍ୟମନ୍ତ୍ରୀ ।









