24.1 C
Bhubaneswar
Sunday, February 15, 2026
Homeଅପରାଧସାମାନ୍ୟ ବଚ୍‌ସାରୁ ହତ୍ୟାକାଣ୍ଡ

ସାମାନ୍ୟ ବଚ୍‌ସାରୁ ହତ୍ୟାକାଣ୍ଡ

ଜୟପୁର: କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଚାଲାନଗୁଡ଼ା ଗ୍ରାମରେ ଜଣେ ଯୁବକଙ୍କୁ କ୍ରିକେଟ୍ ବ୍ୟାଟ୍‌ରେ ମାଡ଼ ମାରି ହତ୍ୟା କରାଯାଇଥିବା ନେଇ ପରିବାର ଅଭିଯୋଗ ଆଣିଛି। ମୃତ ବ୍ୟକ୍ତି ଜଣକ ହେଲେ ଚାଲାଣଗୁଡ଼ା ଗ୍ରାମର ରେହେମାନ୍ ଖାନ୍‌। ସେହି ଗ୍ରାମର ଜଣେ ବ୍ୟକ୍ତି ଆଦର୍ଶ ବିଶୋଇଙ୍କ ଦୋକାନକୁ ରେହେମାନ୍ ମଦ୍ୟପାନ କରି ଯାଇଥିବାବେଳେ କୌଣସି କଥାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ବଚ୍‌ସା ହୋଇଥିଲା। ସେହି ସମୟରେ ଦୋକାନୀ ଆଦର୍ଶ ବିଶୋଇ ଉତ୍ତ୍ୟକ୍ତ ହୋଇ କ୍ରିକେଟ୍ ବ୍ୟାଟ୍‌ରେ ରେହେମାନ୍‌ଙ୍କୁ ଆକ୍ରମଣ କରିଥିଲେ। ଫଳରେ ରେହେମାନ୍ ଭାରସାମ୍ୟ ହରାଇ ତଳେ ପଡ଼ି ପ୍ରାଣ ହରାଇଥିଲେ ବୋଲି ପରିବାର ଲୋକେ ବୋରିଗୁମ୍ମା ଥାନାରେ ଏତଲା ଦେଇଛନ୍ତି। ପୁଲିସ୍ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଅଭିଯୁକ୍ତକୁ ଅଟକ ରଖି ପଚରାଉଚୁରା କରୁଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking