20.1 C
Bhubaneswar
Tuesday, February 10, 2026
Homeଓଡିଶାହୋଟେଲ ରୁମ୍‌ରେ ଯୁବକଙ୍କୁ ହତ୍ୟା: ଦୁଇ ଗିରଫ

ହୋଟେଲ ରୁମ୍‌ରେ ଯୁବକଙ୍କୁ ହତ୍ୟା: ଦୁଇ ଗିରଫ

ବାଲେଶ୍ବର: ବାଲେଶ୍ବର ଜିଲ୍ଲାରେ ହୋଟେଲ ରୁମରେ ଯୁବକଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ଏହି ଘଟଣାରେ ଜଣେ ମହିଳା ଏବଂ ଜଣେ ପୁରୁଷଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କୁ ରାମଚନ୍ଦ୍ର ସିଂହ ଏବଂ ଜେନାମଣି ସିଂହ ବୋଲି ଚିହ୍ନଟ କରାଯାଇଛି। ସୂଚନା ଅନୁଯାୟୀ, ରାମ ଚନ୍ଦ୍ର ସିଂହ ମୃତ ଆକାଶ ମହାନ୍ତଙ୍କ ବନ୍ଧୁ ଥିଲେ। ଘଟଣା ସମୟରେ ସେ ଏବଂ ଜେନାମଣି ହୋଟେଲ ରୁମରେ ଉପସ୍ଥିତ ଥିଲେ। ମଦ୍ୟପାନ କରି ଝଗଡ଼ା କରିବାରୁ ଏହି ହତ୍ୟାକାଣ୍ଡ ଘଟିଛି। ଗିରଫ ବ୍ୟକ୍ତିମାନଙ୍କୁ ସହଦେବ ଖୁଣ୍ଟା ପୋଲିସ ଅଧିକ ତଥ୍ୟ ସଂଗ୍ରହ ପାଇଁ ପଚରାଉଚରା କରୁଛି। ସୂଚନାଯୋଗ୍ୟ, ଗତ ଶନିବାର ଦିନ ବାଲେଶ୍ବର ଜିଲ୍ଲାର ସହଦେବଖୁଣ୍ଟା ପୋଲିସ ସୀମା ଅନ୍ତର୍ଗତ ଏକ ହୋଟେଲ ରୁମରୁ ଆକାଶଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଦାନ୍ତିଆମୁହାଁ ଥାନା ଅନ୍ତର୍ଗତ ଜାମାବଣି ଅଞ୍ଚଳର ବାସିନ୍ଦା ଥିଲେ ଆକାଶ ମହାନ୍ତି। ଆକାଶଙ୍କ ସହ ହୋଟେଲ ରୁମରେ ସେହି ଗାଁ ରାମଚନ୍ଦ୍ର ଏବଂ ଜେନାମଣି ରହୁଥିଲେ। ସେମାନେ ତିନିଜଣ ହୋଟେଲ ରୁମ ବୁକ୍ କରିବା ପାଇଁ ନକଲି କାଗଜପତ୍ର ବ୍ୟବହାର କରିଥିଲେ। ଏହି ହତ୍ୟା ମାମଲାର ଅଧିକ ତଦନ୍ତ ଜାରି ରହିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking