21.1 C
Bhubaneswar
Sunday, February 1, 2026
Homeଓଡିଶାଗୁପଚୁପ ବିକ୍ରେତାଙ୍କୁ ହତ୍ୟା

ଗୁପଚୁପ ବିକ୍ରେତାଙ୍କୁ ହତ୍ୟା

କୁଚିଣ୍ଡା: ଗୁପୁଚୁପ ବିକାଳୀଙ୍କୁ ନିର୍ମମ ହତ୍ୟା। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଦୋମୁହାଣୀ ଜଙ୍ଗଲ ରାସ୍ତାରେ ଘଟିଛି ହତ୍ୟାକାଣ୍ଡ। ମୃତ ଗୁପଚୁପ ବିକାଳୀ ଖଡ଼ିଆପାଲି ଗ୍ରାମର ଜଗନ୍ନାଥ ପଲେଇ । ଜଗନ୍ନାଥ ସବୁଦିନ ପରି ସକାଳୁ ବାହାରି ଗୁପଚୁପ ବିକିବାକୁ ଯାଇ ଆଉ ଘରକୁ ଫେରିନଥିଲୋ। ବହୁ ଖୋଜା ଖୋଜି କରିବା ପରେ ଜଙ୍ଗଲରୁ ମୃତଦେହ ଉଦ୍ଧାର କରାଯାଇଥିଲା। ଘଟଣା ସ୍ଥଳରେ ପୋଲିସ ଅଟକ ରଖିଥିବା ବ୍ୟକ୍ତି ରୋହିତ ବେହେରା ଉପସ୍ଥିତ ଥିବା ମଧ୍ଯ ଦେଖିବାକୁ ପାଇଥିଲେ। ପୋଲିସ ରୋହିତକୁ ଅଟକ ରଖିବା ସହ ତଦନ୍ତ ଜାରି ରଖିଛି। ତେବେ ହତ୍ୟାକାରୀଙ୍କ ବିରୁଦ୍ଧରେ ଦୃଢକାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ପରିବାର ଲୋକେ। ଘଟଣା ସ୍ଥଳରେ ସାଇଣ୍ଟିଫିକ ଦଳ ପହଞ୍ଚି ରକ୍ତ ନମୁନା ସଂଗ୍ରହ କରି ତଦନ୍ତ ଚଳାଇଥିବାବେଳେ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking