ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲା ବଣାଇରେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା ମାମଲାରେ ୪ ଜଣଙ୍କୁ ଅଟକ ରଖି ପଚରା ଉଚରା କୁଛି ପୋଲିସ । ସ୍ତ୍ରୀଙ୍କ ହତ୍ୟା ଘଟଣାରେ ସ୍ୱାମୀ ସାମିଲ ଥିବା ପୋଲିସ ସନ୍ଦେହ କରୁଛି । ମୃତ ମହିଳାଙ୍କ ସ୍ୱାମୀକୁ ପୋଲିସ ଅଟକ ରଖିଛି । ଏଥିସହ ଜଣେ ପୋଲିସ କର୍ମଚାରୀ ଓ ଅନ୍ୟ ୨ ଜଣଙ୍କୁ ପୋଲିସ ଅଟକ ରଖି ଛାନଭିନ କରୁଛି । ବଣାଇ ଟିକାୟତପାଲି ଥାନା ଝିର୍ଡାପାଲି ଗାଁରେ ଗର୍ଭବତୀ ମହିଳାଙ୍କୁ ଗୁଳିକରି ହତ୍ୟା କରିଥିଲେ ଦୁର୍ବୃତ୍ତ। ଲୁଟ୍ ଉଦ୍ୟମ ବେଳେ ଚିତ୍କାର କରିବାରୁ ଗୁଳି କରିଥିଲେ । ବିଳମ୍ବିତ ରାତିରେ କବାଟ ବାଡେଇଥିଲେ ଦୁଇ ଲୁଟେରା । ମହିଳା ସାତ ମାସର ଗର୍ଭବତୀ ଥିଲେ ।