ନୂଆଦିଲ୍ଲୀ : ପ୍ରେମିକାକୁ ବ୍ରିଟେନରେ କଲେ ହତ୍ୟା । ହେଲେ ଏବେ ଭାରତରେ ସଜା ଭୋଗିବେ । ୨୦୨୦ ମସିହାରେ ବ୍ରିଟେନରେ ନିଜ ପ୍ରେମିକାକୁ ହତ୍ୟା ମାମଲାରେ ଦୋଷୀ ପ୍ରେମିକକୁ ଭାରତକୁ ପ୍ରତ୍ୟାର୍ପଣ କରିଛି ବ୍ରିଟେନ୍ । ଏବେ ସୁରତର ଲାଜପୁର ସେଣ୍ଟ୍ରାଲ ଜେଲରେ ଅବଶିଷ୍ଟ ସଜା କାଟିବ ଅଭିଯୁକ୍ତ । ହତ୍ୟା ଅଭିଯୁକ୍ତକୁ ପ୍ରତ୍ୟାର୍ପଣ ଦେଶରେ ପ୍ରଥମ ଘଟଣା ବୋଲି କୁହାଯାଉଛି ।
୨୦୨୦ ମସିହାରେ ଗୁଜରାଟ ବାଲସାଦ୍ ଜିଲ୍ଲା ଅନ୍ତର୍ଗତ ଉମର ଗାଁର ଜିଗୁ କୁମାର ସୋର୍ଥୀ ବ୍ରିଟେନରେ ନିଜ ପ୍ରେମିକାକୁ ହତ୍ୟା କରିଥିଲେ। ଉଭୟ ବିବାହ କରିବାକୁ ପ୍ରସ୍ତୁତ ଥିଲେ । ହେଲେ ଜିଗୁ କୁମାର ସୋର୍ଥୀ ପ୍ରାୟ ସବୁ ସମୟରେ ଗଣ୍ଡଗୋଳ କରୁଥିବାରୁ ବିବାହ ପାଇଁ ରାଜି ହୋଇନଥିଲେ ପ୍ରେମିକା । ଶେଷରେ ରାଗରେ ଛୁରୀ ଭୁସି ହତ୍ୟା କରିବା ପରେ ଆତ୍ମସମର୍ପଣ କରିଥିଲା ଜିଗୁ।
ଏହି ମାମଲାରେ ଅଭିଯୁକ୍ତକୁ ୨୮ ବର୍ଷ ଦଣ୍ଡାଦେଶ ହୋଇଥିଲା । ସୁରଟ୍ ପୁଲିସ ଜିଗୁକୁ ସେଣ୍ଟ୍ରାଲ୍ ଜେଲରେ ରଖିଛି।