15.1 C
Bhubaneswar
Saturday, December 20, 2025
Homeଅପରାଧଡାହାଣୀ ସନ୍ଦେହରେ ଘର ସାମ୍ନାରେ ମହିଳାଙ୍କ ଜୀବନ ନେଇଗଲେ

ଡାହାଣୀ ସନ୍ଦେହରେ ଘର ସାମ୍ନାରେ ମହିଳାଙ୍କ ଜୀବନ ନେଇଗଲେ

ଆନନ୍ଦପୁର: ଗାଁରେ ଭୋଜି ଥିଲା । ଖାଇବାକୁ ସମସ୍ତେ ପଳାଇ ଯାଇଥିଲେ । ଘରେ ଥିଲେ କେବଳ ଶାଶୂ ବୋହୂ । ଏହି ସମୟରେ ଅଚିହ୍ନା ବ୍ୟକ୍ତି ଆସି ଦ୍ୱାର କବାଟ ଠକ୍‌ ଠକ୍‌ କରିଥିଲେ । ଆଉ ବୋହୂ ସାଲେକ ହେମ୍ବ୍ରମ୍‌ ଙ୍କୁ କହିଥିଲେ ପିଇସା ନେ ହାଣ୍ଡିଆ ଆଣିକି ଦେ। କିନ୍ତୁ ଏହି କଥା ଶୁଣି ସାଲେକ ସିଧା ସିଧା ମନା କରିଦେଇଥିଲେ । କିନ୍ତୁ ଏତିକି କଥାରେ ଉତ୍‌କ୍ଷିପ୍ତ ହୋଇ ରାତିରେ ମହିଳାଙ୍କୁ ଘୋଷାଡି ନେଇ ଘର ସାମ୍ନାରେ ହାଣି ବିଭତ୍ସ ହତ୍ୟା କରିଥିଲେ । ଶାଶୂ ଚାହିଁକି ମଧ୍ୟ କିିଛି କରିପାରି ନଥିଲେ । ତେବେ ଏଭଳି ଅଭାବନୀୟ ଘଟଣା ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ଅନ୍ତର୍ଗତ ନିଆଳିଝରଣ ଗାଁ ରେ ଦେଖିବାକୁ ମିଳିଛି । ବିଳମ୍ବିତ ରାତିରେ ଏଭଳି ଏକ ଲୋମହର୍ଷଣକାରୀ ହତ୍ଯା କାଣ୍ଡ ଘଟିଛି । ମୃତା ମହିଳା ହେଉଛନ୍ତି ମୋହନ ହେମ୍ବ୍ରମ ଙ୍କ ପତ୍ନୀ ସାଲକେ ହେମ୍ବ୍ରମ । ଗାଁ ରେ ଯାତ୍ରା ପାଇଁ ସାମୁହିକ ଭୋଜି ଖାଇବାକୁ ସ୍ବାମୀ ମୋହନ ସମେତ ଘରର ଅନ୍ଯ ସଦସ୍ୟ ମାନେ ଯାଇଥିଲେ । ଯେଉଁ ସମୟରେ ଏପରି ହତ୍ୟାକାଣ୍ଡ ଘଟିଯାଇଛି । ସାଲେକଙ୍କୁ ଘରୁ ପଦାକୁ ଘୋଷାଡି ନେଇ ଘର ସାମ୍ନାରେ ହତ୍ଯା କରିଥିବା ଅଭିଯୋଗ କରିଛନ୍ତି ଶାଶୁ ସୁମି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking