19.1 C
Bhubaneswar
Friday, February 13, 2026
Homeଓଡିଶାପୌର ପରିଷଦ କାର୍ଯ୍ୟରେ ଅନିୟମିତତାକୁ ନେଇ ନିର୍ବାହୀ ଅଧିକାରୀଙ୍କ ଉପରେ ବର୍ଷିଲେ କାଉନସିଲର, ବିନା ବୈଠକରେ...

ପୌର ପରିଷଦ କାର୍ଯ୍ୟରେ ଅନିୟମିତତାକୁ ନେଇ ନିର୍ବାହୀ ଅଧିକାରୀଙ୍କ ଉପରେ ବର୍ଷିଲେ କାଉନସିଲର, ବିନା ବୈଠକରେ ଦିଆଯାଉଛି କାର୍ଯ୍ୟାଦେଶ 

ଯାଜପୁର : ବ୍ୟାସନଗର ପୌର ପରିଷଦର ବିଭିନ୍ନ କାର୍ଯ୍ୟରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି | ଯାହାକୁ ନେଇ ପୌର ପରିଷଦ ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ବଳଙ୍କ ନେତୃତ୍ୱରେ ସଂଖ୍ୟାଧିକ କାଉନସିଲର ମଙ୍ଗଳବାର କର୍ଯ୍ୟାଳୟରେ ପହଞ୍ଚି ପ୍ରତିବାଦ କରିବା ସହ କାର୍ଯ୍ୟନିର୍ବାହୀ ଅଧିକାରୀ ତରୁଣ କୁମାର ମହାପାତ୍ରଙ୍କ ଉପରେ ବର୍ଷୀଛନ୍ତି | ଏହା ସହ ୨୪ଜଣ କାଉନସିଲର ଙ୍କ ଦସ୍ତଖତ ସମ୍ବଳିତ ଏକ ଲିଖିତ ଅଭିଯୋଗ ପତ୍ର ତାଙ୍କୁ ପ୍ରଦାନ କରିଛନ୍ତି | ପୌର ଅଧିକାରି ପାରିଷଦ ମାନଂକ ପ୍ରଶ୍ନ ଗୁଡିକ ଉତ୍ତର ଦେଇ ନ ପାରି ନ ଥିଲେl କରିଥିବା ଅଭିଯୋଗ ଗୁଡିକ ଉପରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୌର ଅଧିକାରି ସମୟ ମାଗି ଥିଲେ l| ଦାବି ଗୁଡ଼ିକ ଉପରେ କାର୍ଯୟାନୁଷ୍ଠାନ ଗ୍ରହଣ ନ କଲେ କାର୍ଯ୍ୟାଳୟରେ ତାଲା ପକାଯିବ ବୋଲି ଉପାଧ୍ୟକ୍ଷ ଓ ପରିଷଦ ମାନେ ଚରମ ନିଷ୍ପତ୍ତି ଶୁଣାଇଛନ୍ତି | କାଉନସିଲର ମାନେ କରିଥିବା ଅଭିଯୋଗ ଅନୁଯାୟୀ କାଉନସିଲ ବୈଠକ ବିନା  ଅନୁମୋଦନରେ ନିର୍ବାହୀ ଅଧିକାରୀ ବିଭିନ୍ନ କାର୍ଯ୍ୟାଦେଶ ଦେଇଛନ୍ତି | ପୂର୍ବରୁ ପୌର ସଫେଇ କାର୍ଯ୍ୟ ପାଇଁ ଟ୍ରାକ୍ଟର ଓ କେତୋଟି ଗାଡି ଅଳିଆ ଉଠାଇବାରେ ନିୟୋଜିତ ଥାଇ କେଉଁ କାରଣରୁ ନୂତନ ଭାବେ ସଫେଇ କାର୍ଯ୍ୟରେ ୧0 ଗୋଟି ଅଳିଆ ଉଠା ଟାଟା ଏସି ଗାଡି ଘରୋଇ କମ୍ପାନୀ ଠାରୁ ଭଡା ସୂତ୍ରରେ ଆଣି କାର୍ଯ୍ୟରେ ନିୟୋଜିତ କରାଯାଇ ମନଇଚ୍ଛା ବିଲ ପ୍ରଦାନ କରାଯାଉଛି | ସଫେଇରେ ନିୟୋଜିତ ଲେବର ମାନଙ୍କୁ ଛଟେଇ କରାଯାଇ କାହା ନିର୍ଦ୍ଧେଶରେ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି କାଉନସିଲର ମାନେ ଅଧିକାରୀଙ୍କୁ ପ୍ରଶ୍ନ ପଚାରି ଥିଲେ | ଏହା ସହ ସହରର ବିଭିନ୍ନ ସ୍ଥାନରେ ଗ୍ୟାସ ପାଇପ ଲାଇନ ସଂଯୋଗୀ କରଣ କାର୍ଯ୍ୟ ଚାଲିଛି | ଯାହାଫଳରେ ପୌରପରିଷଦ ରାସ୍ତା ଘାଟ ଖୋଳି ତାଡି ନଷ୍ଟ କରିବା ସହ ଦୁର୍ଘଟଣାର କାରଣ ସାଜୁଛି | ନିୟମ ଅନୁଯାୟୀ ସମ୍ପୃକ୍ତ ସଂସ୍ଥା ପୌର ପରିଷଦ ଅନୁମୋଦନ ନେବାସଙ୍ଗେ ଏ ବାବଦ କ୍ଷତିପୂରଣ ପୌର ପରିଷଦ ନିକଟରେ ପୈଠ କରିବା କଥା | କିନ୍ତୁ ତାହା ନକରି ବେଫିକର ଭାବେ କିପରି କମ୍ପାନୀ କାହା ଇଙ୍ଗିତରେ କାର୍ଯ୍ୟ କରୁଛି ତାହା ସେମାନେ ପ୍ରଶ୍ନ କରିଥିଲେ | ଏନେଇ ସମ୍ପୃକ୍ତ ଠିକାଦାର କାର୍ଯ୍ୟ କରିବା ପାଇଁ ପୌର ପାରିଷଦ ବୈଠକ ରେ ଅନୁମୋଦନ ହୋଇ ନାହିଁ କିଏ ଠିକା ଦl ର କୁ ଅନୁମତି ଦେଇଚି ତାହା ତଦନ୍ତ କାରା ଯାଉ l ୧୦, ବର୍ଷ ମଧ୍ୟ ରେ3ପୌର ପରିଷଦର ମହା ଘୋଟଲା ହୋଇଚି ତାହା ତଦନ୍ତ କାରା ଯାଉ ଏଥିରେ ଥିବା ସଂପୃକ୍ତ ଅଧିକାରୀ ମାନଙ୍କ ଉପର କାର୍ଯ୍ୟ ନୁଷ୍ଟାନ ଗ୍ରହଣ କରି ବା ପାଇଁ ପାରିଷଦ ମାନେ ଲିଖିତ ଅଭିଯୋଗ କରିଛନ୍ତି
ଏନେଇ ସମ୍ପୃକ୍ତ ଠିକାଦାର ଉପରେ ଗ୍ୟାସ କମ୍ପାନୀ ବେନିୟମ ରାସ୍ତା ନଷ୍ଟ କରୁଚି ରାସ୍ତା କ୍ଷତି ପୂରଣ ପୌର ପରିଷଦ କୁ ଫାଙ୍କିବା ପଛ ରେ କାହାର ହାତ ରହିଛ ଲୋକଲୋଚନକୁ ଆଣିବା ଦୁର୍ନିତୀ ପରଦା ପ୍ରକାଶ କରିବା ପାଇଁ ଦାବି ହେଉଛି l କାର୍ଯ୍ୟାନୁଷ୍ଠାନ ନନେଇ  ଅଧିକରୀ କାହିଁକି କେଉଁ କରଣରୁ ଚୂପ ରହିବା କାଉନସିଲର ପ୍ରଶ୍ନ କରିଥିଲେ | ପୌର ପରିଷଦ ୱାର୍ଡ ଗୁଡିକରେ ବୋହୁ ସ୍ଥାନରେ ଅନ୍ଧାର ରହୁଥିବା ବେଳେ ଟେଣ୍ଡର ପାଇଥିବା ଠିକାଦାର ଆଲୋକ ସଂଯୋଗ ନକରିବା ଭଳି କେତେକ ସମସ୍ୟା ଉପରେ ବାର୍ଷିଥିଲେ | ଏହି ସମୟରେ ସମୁଦାୟ ୨୬ ଜଣ କାଉନସିଲରଙ୍କ ମଧ୍ୟରୁ ପୌରାଧ୍ୟକ୍ଷା ଏବଂ ଜଣେ କାଉନସିଲରଙ୍କୁ ଛାଡି ଉପାଧ୍ୟକ୍ଷଙ୍କ ସହ ଅନ୍ୟ ୨୩ ଜଣ କାଉସିଲର ଉପସ୍ଥିତ ଥିଲେ | ଏ ସମ୍ପର୍କରେ ନିର୍ବାହୀ ଅଧିକାରୀ ମହାପାତ୍ରଙ୍କୁ ପଚାରିବାରେ ସମସ୍ତ ନିଷ୍ପତି କାଉନସିଲ ବୈଠକରେ ନିଆଯାଇଥିବା ଓ କୌଣସି ଅନିୟମିତତା ହୋଇନଥିବା କହିଛନ୍ତି | ଏନେଇ ଉପାଧ୍ୟକ୍ଷ ପୌରାଧ୍ୟାକ୍ଷା ସଙ୍ଗୀତା ପିଙ୍ଗୁଆଙ୍କୁ ଅବଗତ କରିଥିଲେ ସୁଦ୍ଧା ସେ ଜାଣି ଶୁଣି ଏହି ସମୟରେ ଅନୁପସ୍ଥିତ ରହିଥିଲେ | ଏହି ଅନିୟମିତତା ତାଙ୍କ ଜାଣତରେ ହୋଇଥିବା ଯାହା ତାଙ୍କର ସମ୍ପୃକ୍ତି ନେଇ ସାଧାରଣରେ ଅଙ୍ଗୁଳି ନିର୍ଦ୍ଧେଶ କରୁଛି |ପାରିଷଦ ବର୍ଗ ସବୁ ଜାଣି ଏବେ ମୁଁହ ଖୋଲିଲେ ଦୁଇ ବର୍ଷ ହେଲା କଣ କରୁ ଥିଲେ ତାହା ସହର ବାସି ମନ ରେ ପ୍ରଶ୍ନ ଉଙ୍କି ମାରୁଛି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking