ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ନଗର ଅଞ୍ଚଳରେ ଏକାଧିକ ଗ୍ୟାସ ସିଲିଣ୍ଡର ବ୍ଲାଷ୍ଟ । ଅଗ୍ନିକାଣ୍ଡରେ ଦୁଇଟି ସ୍କୁଟି ଜଳିଯାଇଛି । ବେଆଇନ ଭାବେ ଗ୍ୟାସ ଫିଲିଂ କରୁଥିବା ବେଳେ ଏଭଳି ଅଘଟଣ ହୋଇଥିବା ନେଇ କୁହାଯାଉଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ପାଇଁ ଉଦ୍ୟମ କରି ନିଆଁକୁ ଆୟତ୍ତକୁ ଆଣିଥିଲେ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ସ୍ଥାନୀୟ ଲୋକମାନେ ଆତଙ୍କିତ ହୋଇ ପଡିଥିଲେ । ପାଖାପାଖି ଅଧ କିଲୋମିଟର ବାଟରେ ଗ୍ୟାସ ଟାଙ୍କି ବିସ୍ଫୋରଣ ହୋଇ ଛିଟକି ହୋଇ ପଡିଥିଲା । ୪ଟି ଘର ପୁରା ମାଟିରେ ମିଶି ଯାଇ ଧ୍ୱଂସ ବିଧ୍ୱଂସ ହୋଇଯାଇଥିଲା । ଅଗ୍ନିକାଣ୍ଡରେ ଜଣେ ଯୁବକ ଗୁରୁତର ଥିବା ବେଳେ ତାଙ୍କୁ ପ୍ରଥମେ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା ପରେ ଏମସର ବର୍ଣ୍ଣ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି । କୁହାଯାଉଛି , ଯେତିକି ସିଲିଣ୍ଡର ବ୍ଲାଷ୍ଟ ହୋଇଛି ସେସବୁ ଗୁଡିକର ଲାଇସେନ୍ସ ନଥିଲା କିମ୍ବା କୌଣସି ଗ୍ୟାସ ସିଲିଣ୍ଡର ଏଜେନ୍ସିଙ୍କ ଠାରୁ ଜବତ କରାଯାଇନଥିଲା । ଯଦି ଜନବସତିପୂର୍ଣ୍ଣ ଅଞ୍ଚଳ ହୁଅନ୍ତା ଏଭଳି ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୁଅନ୍ତା ଟିକେ ଚିନ୍ତା କରନ୍ତୁ ଅବସ୍ଥା କଣ ହୋଇ ନଥାନ୍ତା ।










