19.1 C
Bhubaneswar
Tuesday, February 10, 2026
Homeଖେଳମୁଲତାନ ଟେଷ୍ଟ: ପାକିସ୍ତାନ ଦ୍ୱିତୀୟ ଇନିଂସ୍ ୨୨୧ରେ ଶେଷ; ଇଂଲଣ୍ଡ ପାଇଁ ବିଜୟ ଲକ୍ଷ୍ୟ ୨୬୧...

ମୁଲତାନ ଟେଷ୍ଟ: ପାକିସ୍ତାନ ଦ୍ୱିତୀୟ ଇନିଂସ୍ ୨୨୧ରେ ଶେଷ; ଇଂଲଣ୍ଡ ପାଇଁ ବିଜୟ ଲକ୍ଷ୍ୟ ୨୬୧ ରନ୍‌

ମୁଲତାନ୍‌: ମୁଲ୍‌ତାନରେ ଖେଳାଯାଉଥିବା ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡ ବିଜୟଠାରୁ ୨୬୧ ରନ୍ ଦୂରରେ ରହିଛି। ପାକିସ୍ତାନ ଦ୍ୱିତୀୟ ଇନିଂସ୍‌ରେ ଇଂଲଣ୍ଡ ଆଗରେ ୨୯୭ ରନ୍‌ର ଲକ୍ଷ୍ୟ ରଖିଥିବା ବେଳେ ଟିମ୍ ତୃତୀୟ ଦିନ ଖେଳ ଶେଷ ବେଳକୁ ୨ ୱିକେଟ୍ ବିନିମୟରେ ୩୬ ରନ୍ କରିନେଇଛି। ଜ୍ୟାକ୍ କ୍ରଲି (୩) ଓ ବେନ୍ ଡକେଟ୍ (୦) ଆଉଟ୍ ହୋଇଥିବା ବେଳେ ଓଲି ପୋପ୍ ୨୧ ଏବଂ ଜୋ ରୁଟ୍ ୧୨ ରନ୍‌ରେ ଅପରାଜିତ ଅଛନ୍ତି।

ଏହା ପୂର୍ବରୁ ପାକିସ୍ତାନ ଦ୍ୱିତୀୟ ଇନିଂସ୍‌ରେ ୨୨୧ ରନ୍ କରିଥିଲା। ଟିମ୍‌କୁ ପ୍ରଥମ ଇନିଂସ୍ ଆଧାରରେ ୭୫ ରନ୍‌ର ଅଗ୍ରଣୀ ମିଳିଥିଲା। ଶାନ୍ ମସୁଦଙ୍କ ଟିମ୍ ପ୍ରଥମ ଇନିଂସ୍‌ରେ ୩୬୬ ରନ୍ କରିଥିବା ବେଳେ ତୃତୀୟ ଦିନ ଇଂଲଣ୍ଡ ପ୍ରଥମ ଇନିଂସ୍ ୨୯୧ ରନ୍‌ରେ ଶେଷ ହୋଇଥିଲା। ପାକିସ୍ତାନ ପକ୍ଷରୁ ସାଜିଦ୍ ଖାନ୍ ଘାତକ ବୋଲିଂ କରି ୭ ୱିକେଟ୍ ଅକ୍ତିଆର କରିଛନ୍ତି।

ଦ୍ୱିତୀୟ ଇନିଂସ୍‌ରେ ଆଗା ସଲ୍‌ମାନ୍ ପାକିସ୍ତାନର ଶୀର୍ଷ ସ୍କୋରର୍ ହୋଇଛନ୍ତି। ସେ ପାଞ୍ଚ ଚୌକା ଓ ଗୋଟିଏ ଛକା ସହାୟତାରେ ୬୩ ରନ୍ କରିଛନ୍ତି। ଏହା ବ୍ୟତୀତ ସଉଦ୍ ଶକିଲ୍ ୩୧, ମହମ୍ମଦ ରିଜ୍‌ୱାନ୍ ୨୩, ସାଜିଦ୍ ଖାନ୍ ୨୨ ରନ୍ କରିଥିଲେ। ଇଂଲଣ୍ଡ ପକ୍ଷରୁ ସୋଏବ୍ ବଶୀର ୪, ଜ୍ୟାକ୍ ଲିଚ୍ ୩, ବ୍ରାଏଡନ୍ କାର୍ସ ୨ ଏବଂ ମାଥ୍ୟୁ ପଟ୍ସ ଗୋଟିଏ ୱିକେଟ୍ ନେଇଛନ୍ତି। ଏହା ପୂର୍ବରୁ ତୃତୀୟ ଦିନ ସକାଳେ ୨୩୯/୬ ସ୍କୋର୍‌ରୁ ଅସମାପ୍ତ ପ୍ରଥମ ଇନିଂସ୍ ଆରମ୍ଭ କରିଥିବା ଇଂଲଣ୍ଡ ଆଉ ମାତ୍ର ୫୨ ରନ୍ ଯୋଗ କରିବା ପରେ ଅଲ୍‌ଆଉଟ୍ ହୋଇଥିଲା। ବ୍ରାଏଡନ୍ କାର୍ସ ୪, ଜେମି ସ୍ମିଥ୍ ୨୧, ମାଥ୍ୟୁ ପଟ୍ସ ୬ ଏବଂ ସୋଏବ୍ ବଶୀର ୯ ରନ୍ କରି ଆଉଟ୍ ହୋଇଥିବା ବେଳେ ଜ୍ୟାକ୍ ଲିଚ୍ ୨୫ ରନ୍‌ରେ ଅପରାଜିତ ରହିଥିଲେ। ପାକିସ୍ତାନ ପକ୍ଷରୁ ସାଜିଦ୍ ଖାନ୍ ୭ଟି ଏବଂ ନୋମାନ୍ ଅଲୀ ୩ଟି ୱିକେଟ୍ ନେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking