21.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶ୫ ଶାବକଙ୍କୁ ଜନ୍ମଦେଲା ‘ମୁଖୀ’

୫ ଶାବକଙ୍କୁ ଜନ୍ମଦେଲା ‘ମୁଖୀ’

କୁନୋ: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରୁ ଏକ ବଡ଼ ଖୁସି ଖବର ସାମ୍ନାକୁ ଆସିଛି। ଏଠାରେ ରହୁଥିବା ଭାରତ ଜନ୍ମିତ ଚିତା ‘ମୁଖୀ’ ଆଜି ଦିନରେ ୫ ଶାବକଙ୍କୁ ଜନ୍ମ ଦେଇଛି। ମୁଖୀ ଏବଂ ନବଜନ୍ମିତ ୫ ଶାବକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ବେଳେ ସମସ୍ତେ ସୁସ୍ଥ ଥିବା ଜଣାପଡ଼ିଛି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏକ୍ସ’ରେ ଏନେଇ ଏକ ପୋଷ୍ଟ କରି ଖୁସି ଜାହିର କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହାକୁ “ପ୍ରୋଜେକ୍ଟ ଚିତାରେ ଏକ ଐତିହାସିକ ମାଇଲଖୁଣ୍ଟ’ ବୋଲି କହିଛନ୍ତି। ସେହିପରି ଏହା ଭାରତର ଚିତା ପୁନଃପ୍ରବର୍ତ୍ତନ ପଦକ୍ଷେପ ପାଇଁ ଏକ “ଅଭୂତପୂର୍ବ” ସଫଳତା ବୋଲି ମଧ୍ୟ ସେ ଉଲ୍ଲେଖ କରିଛନ୍ତି। ପ୍ରକାଶ, ମୁଖୀର ବୟସ ଏବେ ୩୩ ମାସ। ଭାରତୀୟ ଜନ୍ମିତ ଚିତାର ସଫଳ ପ୍ରଜନନ ଭାରତୀୟ ବାସସ୍ଥାନରେ ପ୍ରଜାତିଗୁଡ଼ିକର ଅନୁକୂଳନ, ସ୍ୱାସ୍ଥ୍ୟ ଏବଂ ଦୀର୍ଘକାଳୀନ ସମ୍ଭାବନାର ଏକ ଦୃଢ଼ ସୂଚକ ବୋଲି ଶ୍ରୀ ଯାଦବ କହିଛନ୍ତି। ପ୍ରକାଶ, ଦେଶରେ ବିଲୁପ୍ତ ହେବାର କିଛି ଦଶନ୍ଧି ପରେ, ସେପ୍ଟେମ୍ବର ୧୭, ୨୦୨୨ରେ ସୁଦୂର ଆଫ୍ରିକୀୟ ଦେଶ ନାମ୍ବିଆରୁ ୫ଟି ମାଈ ଏବଂ ତିନୋଟି ପୁରୁଷ ଚିତା ସମେତ ପ୍ରାୟ ୮ଟି ଚିତାଙ୍କୁ ଏଠାକୁ ଅଣାଯାଇ ଥଇଥାନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking