14.1 C
Bhubaneswar
Monday, January 12, 2026
Homeଓଡିଶାଜାଲ୍ ଜାତି ପ୍ରମାଣପତ୍ର ଦେଇ ମନ୍ତ୍ରୀ ହୋଇଛନ୍ତି ମୁକେଶ ମହାଲିଙ୍ଗ: କଂଗ୍ରେସ

ଜାଲ୍ ଜାତି ପ୍ରମାଣପତ୍ର ଦେଇ ମନ୍ତ୍ରୀ ହୋଇଛନ୍ତି ମୁକେଶ ମହାଲିଙ୍ଗ: କଂଗ୍ରେସ

ଭୁବନେଶ୍ଵର: ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଛି କଂଗ୍ରେସ। ଜାଲ୍‌ ଜାତି ପ୍ରମାଣପତ୍ର ଦେଇ ପାଠପଢିବାସହ ସରକାରୀ ଚାକିରି, ବିଧାୟକ ପଦ ଓ ଏବେ ମନ୍ତ୍ରୀ ପଦ ହାତେଇଥିବା ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା ଅଭିଷେକ ମହାନନ୍ଦ। ଜାଲ ପ୍ରମାଣପତ୍ର ପ୍ରସଙ୍ଗରେ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ସମ୍ବଲପୁର ଆରଡିସି ସମନ କରିଥିଲେ, କିନ୍ତୁ ଦୁଃଖର କଥା ମନ୍ତ୍ରୀ ତାଙ୍କ ପକ୍ଷ ରଖିବାକୁ ସେଠାକୁ ଯାଇନାହାନ୍ତି, ଯାହାକି ଅତ୍ୟନ୍ତ ଜରୁରୀ ଥିଲା। ମନ୍ତ୍ରୀ ଆରଡିସି ସମନକୁ ଅବମାନନା କରିଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀ ଜରିଆରେ ସେ କହିଛନ୍ତି।

ଅଭିଷେକ କହିଛନ୍ତି, ମନ୍ତ୍ରୀ ଜାଣିଛନ୍ତି ପକ୍ଷ ରଖିଲେ ତାଙ୍କର ସବୁ ମିଛ ପୋଲ ଖୋଲିଯିବ। ସମ୍ପୂର୍ଣ୍ଣ ଦଳିତ ସମାଜକୁ ବଞ୍ଚିତ କରିଛନ୍ତି ମନ୍ତ୍ରୀ। ଯଦି ମନ୍ତ୍ରୀ ଜାଲ୍ ଜାତି ପ୍ରମାଣପତ୍ର ଦେଇନଥାନ୍ତେ ତେବେ ମୁକେଶ ମହାଲିଙ୍ଗଙ୍କ ସ୍ଥାନରେ ଆଉ କେହି ଦଳିତ ପାଠ ପଢିଥା’ନ୍ତା, ଚାକିରି କରିଥାନ୍ତା ଏବଂ ମନ୍ତ୍ରୀ ମଧ୍ୟ ହୋଇଥାନ୍ତା। ତାଙ୍କୁ ତୁରନ୍ତ ମନ୍ତ୍ରୀ ପଦରୁ ବହିଷ୍କାର କରାଯିବା ସହ ବିଜେପି ଦଳ ମଧ୍ୟ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ବୋଲି ସେ କହିଛନ୍ତି। ସରକାର ଦଳିତ ବିରୋଧୀ ମନ୍ତ୍ରୀଙ୍କ ଉପରେ କର୍ଯ୍ୟାନୁଷ୍ଠାନ ନେଇ ଦଳିତଙ୍କୁ ଉଦାହରଣ ଦେବା ଦରକାର କି ରାଜ୍ୟ ସରକାର ଦଳିତଙ୍କ ସହ ଅଛ। ମୁଁ ଜଣେ ଦଳିତ, ମୁଁ ମୋର ୫ ପିଢ଼ିର ତଥ୍ୟ ଦେଇପାରିବି। ମୁକେଶ ମହାଲିଙ୍ଗ ୨ ପିଢ଼ିରୁ ଅଧିକ ତଥ୍ୟ ଦେଇପାରିବେ କି? ଆବଶ୍ୟକ ପଡ଼ିଲେ ଆମେ ଆଇନର ସହାୟତା ସହ ନିର୍ବାଚନ ଆୟୋଗଙ୍କ ପାଖରେ ମଧ୍ୟ ଅଭିଯୋଗ କରିବୁ ବୋଲି କହିଛନ୍ତି କଂଗ୍ରେସ ନେତା।

ଅଭିଯୋଗକାରୀ ତଥା ସମାଜସେବୀ ଡିଙ୍ଗର କୁମ୍ଭାର କହିଛନ୍ତି ଯେ, ୨୨- ୧୧- ୨୦୨୪ରେ ମୁଁ ଏହି ବାବଦରେ ଅବଗତ ହେବାପରେ ଅଭିଯୋଗ କରିଥିଲି। ଅଭିଯୋଗକୁ ଭିତ୍ତି କରି ସମ୍ବଲପୁର ଆଡିସି ମନ୍ତ୍ରୀଙ୍କୁ ସମନ କରିଥିଲେ କିନ୍ତୁ ମନ୍ତ୍ରୀ ପକ୍ଷ ରଖିବାକୁ ଯାଇନଥିଲେ। ମୁକେଶ ମହାଲିଙ୍ଗ ଯେଉଁ ଜାତିରୁ ଆସୁଛନ୍ତି, ସେ ପାଠ ପଢିବା ଏବଂ ଚାକିରି କରିବା ସମୟରେ ତାହାକୁ ଦଳିତ ଜାତି ଅଂଶ ଭାବରେ ସରକାରଙ୍କ କୌଣସି ନୀତି ନଥିଲା। ୨୦୦୨ ମସିହା ପରେ ଏହାକୁ ଦଳିତ ଜାତିର ଅଂଶ ଭାବରେ ସରକାର ନିଷ୍ପତି ନେଇଥିଲେ। ମନ୍ତ୍ରୀ ପାଇଁ ସରକାର ସମ୍ପୂର୍ଣ୍ଣ ଚୁପ୍ ରହିଛନ୍ତି। ୯୦ ଲକ୍ଷ ଦଳିତଙ୍କ ତରଫରୁ ମୁଁ ଅନୁରୋଧ କରୁଛି ଦୋଷୀଙ୍କୁ ଦଣ୍ଡ ଦିଆଯାଉ ବୋଲି କହିଛନ୍ତି ଡିଙ୍ଗର କୁମ୍ଭାର।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking