25.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶମୁଦ୍ରା ଯୋଜନା ବଡ ସଫଳତା: ମୋଦୀ

ମୁଦ୍ରା ଯୋଜନା ବଡ ସଫଳତା: ମୋଦୀ

ନୂଆଦିଲ୍ଲୀ: ଅଭିଭାଷଣରେ କଂଗ୍ରେସକୁ ସିଧା ନିସାନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବ୍ୟାଙ୍କିଙ୍ଗ ବ୍ୟବସ୍ଥା ପୂରା ଖରାପ କରି ଦେଇଥିଲା କଂଗ୍ରେସ । ବୁଝି ବିଚାରି ବ୍ୟାଙ୍କିଙ୍ଗ ବ୍ୟବସ୍ଥାର ସଂସ୍କାର କରାଗଲା । ରୁଗଣ ବ୍ୟାଙ୍କଗୁଡିକୁ ବଡ ବ୍ୟାଙ୍କ ସହ ଯୋଡି ଦିଆଗଲା । ଫଳରେ ଯେଉଁ ଗରିବ ବ୍ୟାଙ୍କ ଦୁଆର ଦେଖି ନଥିଲେ ଋଣ ପାଇଲେ । ମୁଦ୍ରା ଯୋଜନାର ସଫଳତା କହିଲେ ପ୍ରଧାନମନ୍ତ୍ରୀ । ମୁଦ୍ରା ଯୋଜନାରେ ୩୦ ଲକ୍ଷ କୋଟି ଋଣ ପ୍ରଦାନ ବଡ ସଫଳତା । ଅନ୍ୟପଟେ କଂଗ୍ରେସର ପ୍ଲାନିଙ୍ଗ କମିଶନକୁ ନେଇ ପ୍ରଶ୍ନ ଉଠାଇଲେ । କହିଲେ ନେହରୁ ଆରମ୍ଭ କଲେ, ଆଉ ଇନ୍ଦିରା ଗାନ୍ଧୀ ଏହାର ଧଜିଆ ଉଡାଇଲେ । ୨୦୧୪ ଆମ ସରକାର ପ୍ଲାନିଙ୍ଗ କମିଶନ ହଟାଇଲା । ପ୍ଲାନିଙ୍ଗ କମିଶନ ସ୍ଥାନରେ ଆମ ସରକାର ନିତୀ ଆୟୋଗ ଆଣିଲେ । ଆଉ ନୀତି ଆୟୋଗର ସୁଫଳ ଆଜି ଦେଶବାସୀ ପାଉଛନ୍ତି । କଂଗ୍ରେସ ଲୋକଙ୍କୁ ଏହା ଆଦୌ ଦୃଶ୍ୟ ହେଉନି । ଯୋଜନାକୁ କାର୍ଯ୍ୟାନ୍ୱୟନ କରିବାରେ କଂଗ୍ରେସ ବିଫଳ । ଆସାମର ଭୋଗିବିଲ ବ୍ରିଜ କଥା କହି ନିସାନା କଲେ । ଭୋଗିବିଲ ବ୍ରିଜ ଦଶନ୍ଧି ଧରି ହୋଇପାରୁନଥିଲା । ଆମେ ଏହାକୁ ସମ୍ପୁର୍ଣ୍ଣ କରି ଆସାମ- ଅରୁଣାଚଳ ପ୍ରଦେଶକୁ ଯୋଡିଛୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking