ନୂଆଦିଲ୍ଲୀ: ଖରିଫ ଫସଲର ଏମଏସପି ବୃଦ୍ଧି କଲେ କେନ୍ଦ୍ର ସରକାର । ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି ଅନୁମୋଦ କରିଛି । ଧାନର ଏମଏସସପି ଗତ ବର୍ଷ ତୁଳନାରେ କ୍ୱିଣ୍ଟାଲ ପିଛା ୬୯ ଟଙ୍କା ବଢିଲା । କେନ୍ଦ୍ର ଦେଉଥିବା ୨୩ ଶହ ଟଙ୍କା ୨୩୬୯ ଟଙ୍କାକୁ ବୃଦ୍ଧି ହୋଇଛି ା ଗ୍ରେଡ ଏ ଧାନ ପାଇଁ କ୍ୱିଣ୍ଟାଲ ପିଛା ୨୩୮୯ ଟଙ୍କା ମିଳିବ । ଜୱାର କ୍ୱିଣ୍ଟାଲ ପିଛା ଏମଏସପି ୩୨୮ ଟଙ୍କା ବଢିଲା ।ବାଜରା ୧୫୦, ରାଗି ୫୯୬ ଟଙ୍କାକୁ ବୃଦ୍ଧି । ହରଡ ଡାଲି ୪୫୦ ଓ ମୁଗ ଡାଲି କ୍ୱିଣ୍ଟାଲ ପିଛା ଏମଏସପି ୮୬ ଟଙ୍କା ବୃଦ୍ଧି ହୋଇଛି । ବାଦାମ ୪୮୦, ସୂଯ୍ୟମୁଖୀ ୪୪୧, ସୋୟାବିନ ୪୩୬ ଟଙ୍କା ବଢିଲା ।