ଭୁବନେଶ୍ୱର: ରାଜ୍ୟର ୩୦ଟି ଜିଲ୍ଲାରେ ହେବ ଏମଏସଏମଇ ଇ- ପାର୍କ । ଗୃହରେ ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି । ୧୪ଟି ଜିଲ୍ଲାରେ ସରିଛି ଏମଏସଏମଇ ଇ- ପାର୍କ । ଏପ୍ରିଲ ମାସରେ ଆହୁରି ୪ରୁ ୫ଟି ପାର୍କ କାର୍ଯ୍ୟ ସମାପ୍ତ ହେବ । ଇ- ପାର୍କ ପାଇଁ ସ୍ଥାନୀୟ ଭେଣ୍ଡରଙ୍କୁ ୪୦ରୁ ୫୦ % ଜମି ଯୋଗାଇ ଦିଆଯିବ । ସୂଚନା ଥାଉକି, ବିଧାନସବା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାର ତୃତୀୟ ଦିନରେ ସ୍ୱାଭାବିକ ଚାଲିଛି ପ୍ରଶ୍ନକାଳ । ଗୃହରେ ବିଧାୟକ, ବିଧାୟିକାଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ ।










