28.1 C
Bhubaneswar
Wednesday, June 18, 2025
Homeଓଡିଶାଚଳଚଞ୍ଚଳ ରଥ ଖଳା: ତିନି ରଥର ସମସ୍ତ ଚକ ସହିତ ଅଖ ସଂଯୋଗ

ଚଳଚଞ୍ଚଳ ରଥ ଖଳା: ତିନି ରଥର ସମସ୍ତ ଚକ ସହିତ ଅଖ ସଂଯୋଗ

ପୁରୀ: ଚଳଚଞ୍ଚଳ ରଥ ଖଳା । ପ୍ରବଳ ଗରମ ଓ ଗୁଳୁଗୁଳି ସତ୍ତ୍ୱେ ଆଗେଇ ଚାଲିଛି ରଥ କାମ । ମହାପ୍ରଭୁଙ୍କ ରଥ ନିର୍ମାଣର ଗୁରୁତ୍ୱପୂର୍ଣ୍ଣ ସୋପାନରେ, ତିନି ରଥର ସମସ୍ତ ଚକ ସହିତ ଅଖ ସଂଯୋଗ ହୋଇଛି l ସମ୍ପନ୍ନ ହୋଇଛି ସମସ୍ତ ୪୨ ଟି ଯାକ ଚକ ଓ ୨୧ ଅଖ ଡେରା କାର୍ଯ୍ୟ । ତାଳଧ୍ଵଜ ରଥର ୧୪ ଟି ଚକ ସହ ୭ ଅଖ,ଦେବଦଳନ ରଥର ୧୨ ଚକ ସହ ୬ ଅଖ,ଏବଂ ନନ୍ଦିଘୋଷ ରଥର ୧୬ ଚକ ସହ ୮ ଟି ଅଖର ସଂଯୋଗ କାର୍ଯ୍ୟ ଶେଷ ହୋଇଛି । ଏହାପରେ ଅଖରେ ମେଣ୍ଡି ଲାଗିବ । ଚକରେ ବନ୍ଧ ଲାଗିବ । ପାଞ୍ଚ ଦଣ୍ଡା ଉଠିବା ପରେ ଭୋଇ ସେବକ ଦେବେ ଦ୍ଵିତୀୟ ହରିବୋଲ । ସେପଟେ ତିନି ରଥର ଧ୍ୱଜାବତା ନିର୍ମାଣ, ତିନି ରଥର ବେଦ୍ଦୀ ସିଂହାସନ ଜଗତପୃଷ୍ଠ ଶ୍ରେଣୀର ଚଉପଟ କାର୍ଯ୍ୟ ଓ ପ୍ରତି ରଥର ଦୁଇ ଦୁଇଟି ଲେଖାଏଁ ପୋଲ ଗୟଳ କାର୍ଯ୍ୟ ଶେଷ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking