29.1 C
Bhubaneswar
Monday, February 2, 2026
Homeଓଡିଶାସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ଶୈଶବ କର୍କଟ ଚିକିତ୍ସା ସେବାକୁ ସୁଦୃଢ଼ କରିବା ପାଇଁ...

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ଶୈଶବ କର୍କଟ ଚିକିତ୍ସା ସେବାକୁ ସୁଦୃଢ଼ କରିବା ପାଇଁ ବୁଝାମଣାପତ୍ର ସ୍ୱାକ୍ଷର

ଭୁବନେଶ୍ୱର: ଶିଶୁ କର୍କଟ ଚିକିତ୍ସା ନିମନ୍ତେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଏବଂ କ୍ୟାନକିଡ୍ସ କିଡ୍ସକ୍ୟାନ ମଧ୍ୟରେ ମିଳିତ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟରେ ବୁଝାମଣାପତ୍ର (MoU) ସ୍ୱାକ୍ଷର ହୋଇଛି । ଏହି ବୁଝାମଣାପତ୍ର ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ଡକ୍ଟର ନୀଳକଣ୍ଠ ମିଶ୍ର ଏବଂ କ୍ୟାନକିଡ୍ସ କିଡ୍ସକ୍ୟାନ ପ୍ରତିଷ୍ଠାତା-ଅଧ୍ୟକ୍ଷ ପୁନମ ବାଗାଇଙ୍କ ଉପସ୍ଥିତିରେ ସ୍ୱାକ୍ଷର ହୋଇଛି । ଏହି ବୁଝାମଣାପତ୍ରରେ ଶିଶୁ କର୍କଟ ରୋଗ ଯତ୍ନର ସମ୍ପୂର୍ଣ୍ଣ ସହଯୋଗର ରୂପରେଖ ଦିଆଯାଇଛି, ଯେଉଁଥିରେ ପ୍ରାରମ୍ଭିକ ଚିହ୍ନଟ ଏବଂ ରେଫରାଲ୍, ନିର୍ଣ୍ଣୟ ଏବଂ ଚିକିତ୍ସାର ସୁବିଧା, ଶିଶୁ ଏବଂ ପରିବାର ପାଇଁ ଆର୍ଥିକ ସୁରକ୍ଷା, ଯତ୍ନ, ସଚେତନତା ଏବଂ ରୋଗୀ-କେନ୍ଦ୍ରିକ ଗବେଷଣା ଅନ୍ତର୍ଭୁକ୍ତ। ଏହି ବୁଝାମଣା ହେବା ପରେ ଓଡ଼ିଶା ପୂର୍ବ ଭାରତରେ ଶିଶୁ କର୍କଟ ଚିକିତ୍ସା ପାଇଁ ଏକ ଆଞ୍ଚଳିକ କେନ୍ଦ୍ର ରୂପେ ସ୍ଥାନ ପାଇବ ବୋଲି କ୍ୟାନକିଡ୍ସ କିଡ୍ସକ୍ୟାନ ପ୍ରତିଷ୍ଠାତା-ଅଧ୍ୟକ୍ଷ ପୁନମ ବାଗାଇ ମତ ଦେଇଛନ୍ତି ।

ଏହି ବୈଠକକୁ ଅତିରିକ୍ତ ନିର୍ଦେଶକ ଡ. ସୁଶାନ୍ତ ସ୍ଵାଇଁ ପରିଚାଳନା କରିଥିବା ବେଳେ ନ୍ୟାସନାଲ୍ ସୋସାଇଟି ଫର ଚେଞ୍ଜ ଫର ଚାଇଲ୍ଡହୁଡ୍ କ୍ୟାନସର ଇନ୍ ଇଣ୍ଡିଆ, ବରିଷ୍ଠ ସରକାରୀ ଅଧିକାରୀ, ଚିକିତ୍ସା ପ୍ରତିଷ୍ଠାନର ପ୍ରତିନିଧି, ଶିଶୁ ଅଙ୍କୋଲୋଜିଷ୍ଟ , ଶୈଶବ କର୍କଟ ରୋଗରୁ ବଞ୍ଚିଥିବା ବ୍ୟକ୍ତି, CanKids ଏବଂ ଏହାର ସ୍ଥାନୀୟ ନାଗରିକ ସମାଜ ଅଂଶୀଦାର ଉମିଦେଁ ଉପସ୍ଥିତ ଥିଲେ । ସୂଚନା ଅନୁସାରେ, CanKids ୨୦୧୮ ରେ ଓଡ଼ିଶାରେ ଏହାର କାର୍ଯ୍ୟ ଆରମ୍ଭ କରିଥିଲା। ସେବେଠାରୁ ଏମ୍ସ ଭୁବନେଶ୍ୱର ଏବଂ ଏକ ଘୋରଇ ହସ୍ପିଟାଲ ସହଭାଗୀତାରେ ଏହି ସେବା ଉପଲବ୍ଧ କରିଛି । ୨୦୨୩ରେ ଭୁବନେଶ୍ୱରରେ ଏକ ରାଜ୍ୟ ଯତ୍ନ ସମନ୍ୱୟ କେନ୍ଦ୍ର (SCCC) ଏବଂ ଏକ ହୋମ୍ ଆୱେ ଫ୍ରମ୍ ହୋମ୍ (HAH) ସୁବିଧା ଆରମ୍ଭ କରାଯାଇଛି । ଏହି ପଦକ୍ଷେପଗୁଡ଼ିକ ଶିଶୁ କର୍କଟ ରୋଗୀଙ୍କୁ ଯତ୍ନ ନେବାରେ ଅଧିକ ସାହାଯ୍ୟ କରିଛି । CanKids ବର୍ତ୍ତମାନ ବାର୍ଷିକ ୧୦୦୦ ରୁ ଅଧିକ ପିଲାଙ୍କୁ ଚିକିତ୍ସାରେ ସହାୟତା କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking