22.1 C
Bhubaneswar
Friday, February 13, 2026
Homeଓଡିଶାକ୍ରିକେଟ ଏବଂ କ୍ରୀଡ଼ା ଭିତିଭୂମିର ବିକାଶ ନିମନ୍ତେ ସୋଆ ଓ ରାଓ କ୍ରିକେଟ ଏକାଡେମୀ ମଧ୍ୟରେ...

କ୍ରିକେଟ ଏବଂ କ୍ରୀଡ଼ା ଭିତିଭୂମିର ବିକାଶ ନିମନ୍ତେ ସୋଆ ଓ ରାଓ କ୍ରିକେଟ ଏକାଡେମୀ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର କ୍ରିକେଟ ଦଳ ଓ କ୍ରୀଡ଼ା ଭିତିଭୂମିର ବିକାଶ ନିମନ୍ତେ ସୋଆ ଏବଂ ଭୁବନେଶ୍ୱର ସ୍ଥିତ ରାଓ କ୍ରିକେଟ ଏକାଡେମୀ (ଆରସିଏ) ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି। ୨୦୨୩ ମସିହାରେ ଭୁବନେଶ୍ୱରେ ଆରମ୍ଭ ହୋଇଥିବା ଆର୍‌ସିଏ ହେଉଛି ଏକ କ୍ରିକେଟ ପ୍ରଶିକ୍ଷଣ କେନ୍ଦ୍ର ଯେଉଁଠାରେ କି ଖେଳାଳୀମାନଙ୍କୁ ଆନ୍ତର୍ଜାତିକ ମାନର କ୍ରିକେଟ ଭିତିଭୂମି ରହିଛି ଏବଂ ବିଶ୍ୱସ୍ତରୀୟ ପ୍ରଶିକ୍ଷଣ ପ୍ରଦାନ କରାଯାଇଥାଏ। ଆର୍‌ସିଏ ପ୍ରଶିକ୍ଷଣ ଟିମ୍‌ରେ ଆନ୍ତର୍ଜାତିକ ସ୍ତରର କ୍ରିକେଟ ପ୍ରଶିକ୍ଷକ (ବିସିସିଆଇ ଲେବୁଲ-୨) ଏବଂ ଭାରତ-ଏ ଏବଂ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌) ଖେଳାଳୀ ସାମିଲ ଅଛନ୍ତି। ଆର୍‌ସିଏ ଆବାସିକ ଏବଂ ଅଣଆବାସିକ କ୍ରିକେଟ ପ୍ରଶିକ୍ଷଣ ପ୍ରଦାନ କରିବା ସହ ସେଠାରେ ଆନ୍ତର୍ଜାତିକ ସ୍ତରର ଟର୍ଫ ୱିକେଟ, ସିମେନ୍‌ଟେଡ ୱିକେଟ, ଇଣ୍ଡୋର ଅଭ୍ୟାସ ସୁବିଧା ସହ ଫୁଲ୍ ଆଷ୍ଟ୍ରୋ-ଟର୍ଫ ୱିକେଟ୍ସ, ଶାରୀରିକ ପ୍ରଶିକ୍ଷଣ, ଫିଜିଓ, ବୋଲିଂ ମେସିନ୍‌, ହଷ୍ଟେଲ୍ ଏବଂ ଝିଅ ମାନଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ରହିଛି। ବୁଝାମଣା ଅନୁଯାୟୀ ସୋଆର କ୍ରିକେଟ ଷ୍ଟାଡିୟମ୍‌କୁ ସପ୍ତାହକୁ ୩ ଦିନ ଆର୍‌ସିଏକୁ ବ୍ୟବହାର କରିପାରିବ। ସେହିପରି ଆର୍‌ସିଏ ପ୍ରଶିକ୍ଷକମାନେ ସପ୍ତାହରେ ୩ ଦିନ ସୋଆର କ୍ରିକେଟ ଟିମ୍‌କୁ ପ୍ରଶିକ୍ଷଣ ପ୍ରଦାନ କରିବ।

ସୋଆର ଛାତ୍ରଛାତ୍ରୀ, କର୍ମଚାରୀ ଓ ଫ୍ୟାକଲ୍ଟି ମେମ୍ବର୍ସମାନଙ୍କୁ ଅଣଆବାସିକ କ୍ରିକେଟ ପ୍ରଶିକ୍ଷଣ ନିମନ୍ତେ ୫୦ ପ୍ରତିଶତ ରିହାତି ପ୍ରଦାନ କରାଯିବ। ଏଥି ସହିତ ସୋଆର କାର୍ଯ୍ୟରତ ସଦସ୍ୟଙ୍କର ପରିବାରର ଜଣେ ସଦସ୍ୟଙ୍କୁ ମଧ୍ୟ ଏହି ସୁବିଧା ପ୍ରଦାନ କରାଯିବ। ଏତଦ୍ ବ୍ୟତୀତ ଆର୍‌ସିଏ ପକ୍ଷରୁ ସୋଆର କ୍ରିକେଟ ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ବୈଷୟିକ ସହଯୋଗ ପ୍ରଦାନ କରାଯିବା ସହ ସୋଆ ଟିମ୍ ସହିତ ବିଭିନ୍ନ କ୍ରିକେଟ ଦଳର ମ୍ୟାଚ ଆୟୋଜନ କରାଯିବ। ସୋଆର କ୍ରୀଡ଼ାର ବିକାଶ ନିମନ୍ତେ ଆରସିଏ ସମସ୍ତ ସହଯୋଗ କରିବ ଏବଂ ସୋଆ ଏବଂ ଆରସିଏର ବିଭିନ୍ନ କାର୍ଯ୍ୟକ୍ରମରେ ଉଭୟ ଅନୁଷ୍ଠାନର ଲୋଗୋ ପ୍ରଦର୍ଶନ କରାଯିବ। ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଓ ଆର୍‌ସିଏର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶିବଶଙ୍କର ରାଓଙ୍କ ମଧ୍ୟରେ ଏହି ବୁଝାମଣା ସ୍ୱାକ୍ଷରିତ ହୋଇଥିବା ବେଳେ ଏହି ଅବସରରେ ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଓ ଆର୍‌ସିଏର ପାର୍ଟନର ଶ୍ରୀ ସବ୍ୟସାଚୀ ସିଂ, ଶୀ ରାହୁଲ ଶୁକ୍ଲା ଏବଂ ଶ୍ରୀ ଜୟନ୍ତ ରାଓ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking