21.1 C
Bhubaneswar
Thursday, December 18, 2025
Homeଓଡିଶାଉଚ୍ଚଶିକ୍ଷା ବିଭାଗ ଓ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷରିତ

ଉଚ୍ଚଶିକ୍ଷା ବିଭାଗ ଓ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷରିତ

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଓ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ ମଧ୍ୟରେ ଆଜି ଏକ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଯାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ, ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆର ଅଧିକାରୀ, ବିଭିନ୍ନ ବିଶ୍ୱ ବିଦ୍ୟାଳୟର କୁଳପତିମାନଙ୍କର ଉପସ୍ଥିତିରେ ଏହି ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି। ବୁଝାମଣା ପତ୍ର ସ୍ଵାକ୍ଷରିତ ହେବା ସମୟରେ ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଛାତ୍ରଛାତ୍ରୀମାନେ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ।

ଏହି ବୁଝାମଣା ପତ୍ର ସ୍ଵାକ୍ଷର ମାଧ୍ୟମରେ ଓଡ଼ିଶାର ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ବିକାଶ ହେବା ସହିତ ବିତ୍ତୀୟ ସାକ୍ଷାରତାରେ ମଧ୍ୟ ଅଭିବୃଦ୍ଧି ହେବ। ଏଥିସହିତ ଛାତ୍ରଛାତ୍ରୀମାନେ ଭବିଷ୍ୟତରେ ବିଭିନ୍ନ ନିଯୁକ୍ତି ସୁଯୋଗ ମଧ୍ୟ ପାଇପାରିବେ।ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ଆଜି ଉଚ୍ଚଶିକ୍ଷା ବିଭାଗ ଏବଂ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଯାଇଛି। ଏହା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ୨ ପ୍ରକାର କୋର୍ସ ପ୍ରଦାନ କରାଯିବ ଯାହାକି ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ବିକାଶ କରିବା ସହିତ ବିତ୍ତୀୟ ସାକ୍ଷାରତାକୁ ମଧ୍ୟ ବୃଦ୍ଧି କରିବ। ଏହାଦ୍ୱାରା ଛାତ୍ରଛାତ୍ରୀମାନେ ଭବିଷ୍ୟତରେ ବିତ୍ତୀୟ କ୍ଷେତ୍ରରେ ବିଭିନ୍ନ ନିଯୁକ୍ତି ସୁଯୋଗ ମଧ୍ୟ ପାଇପାରିବେ। କଳା, ବିଜ୍ଞାନ, ବାଣିଜ୍ୟ ଓ ବିଭିନ୍ନ ସ୍ନାତକ ପାଠ୍ୟକ୍ରମରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ଏହି କୋର୍ସ କରିପାରିବେ। କେବଳ କନ୍‌ଭେନ୍‌ସନାଲ୍ କ୍ୟାରିୟର ମଧ୍ୟରେ ସୀମିତ ନରହି ଏହା ଛାତ୍ରଛାତ୍ରୀମାନଙ୍କ ପାଇଁ ନୂତନ କ୍ୟାରିୟର ଏବଂ ନିଯୁକ୍ତି ସୁଯୋଗ ପ୍ରଦାନ କରିବ।

ବିଗତ ଦିନରେ ଉଚ୍ଚଶିକ୍ଷା ବିଭାଗ ସହ ବିଓପିଟି (ବୋର୍ଡ ଅଫ ପ୍ରାକ୍ଟିକାଲ ଟ୍ରେନିଙ୍ଗ) ଏବଂ ବିଏଫଏସଆଇ ସେକ୍ଟର ସ୍କିଲ କାଉନସିଲର ବୁଝମଣା ପତ୍ର ସ୍ଵାକ୍ଷରିତ ହୋଇଥିଲା ଯାହା ମାଧ୍ୟମରେ ଛାତ୍ରଛାତ୍ରୀମାନେ ଅନେକ ଇଣ୍ଟରନସିପ୍ ଓ ନିଯୁକ୍ତି ସୁଯୋଗ ପାଇଛନ୍ତି। ଆଜି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ ସହିତ ସ୍ଵାକ୍ଷରିତ ହୋଇଥିବା ବୁଝାମଣା ପତ୍ର ମଧ୍ୟ ଆଗାମୀ ଦିନରେ ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି କ୍ଷେତ୍ରରେ ଅନେକ ସୁଯୋଗ ପ୍ରଦାନ କରିବ। ଏଥିସହ ଜାତୀୟ ଶିକ୍ଷା ନୀତି -୨୦୨୦ ଆଧାରରେ ଛାତ୍ରଛାତ୍ରୀଙ୍କ ବୈଷୟିକ ଦକ୍ଷତା ବିକାଶକୁ ସୁନିଶ୍ଚିତ କରାଯିବା ସହ ରାଜ୍ୟର ଶିକ୍ଷାକ୍ଷେତ୍ରର ସାମଗ୍ରିକ ବିକାଶ ହୋଇପାରିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମତପ୍ରକାଶ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking