25.1 C
Bhubaneswar
Saturday, March 21, 2026
Homeଓଡିଶାସୋଆ ଓ ୟୁନିଭର୍ସିଟି ଅଫ୍ ନେବ୍ରାସ୍କା-ଲିଙ୍କନ୍ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

ସୋଆ ଓ ୟୁନିଭର୍ସିଟି ଅଫ୍ ନେବ୍ରାସ୍କା-ଲିଙ୍କନ୍ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର,  : ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ବିଶ୍ୱବିଦ୍ୟାଳୟ ଓ ଆମେରିକାର ୟୁନିଭର୍ସିଟି ଅଫ୍ ନେବ୍ରାସ୍କା-ଲିଙ୍କନ୍ ମଧ୍ୟରେ ଶୈକ୍ଷିକ ଓ ଗବେଷଣା କ୍ଷେତ୍ରରେ ସହଯୋଗ ନିମନ୍ତେ ଶୁକ୍ରବାର ଏଠାରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି।
ଆମେରିକାର କାର୍ଣ୍ଣେଗି ଗବେଷଣା ଅନୁଷ୍ଠାନ ଭାବେ ପରିଗଣିତ ହୋଇଥିବା ୟୁନିଭର୍ସିଟି ଅଫ୍ ନେବ୍ରାସ୍କା-ଲିଙ୍କନ୍‌ରେ ପ୍ରାକ୍‌ସ୍ନାତକ, ସ୍ନାତକ ଓ ବୃତିଗତ ଅଧ୍ୟୟନ କ୍ଷେତ୍ରରେ ଅନେକ ବିଷୟରେ କାର୍ଯ୍ୟକ୍ରମ ଉପଲବ୍ଧ ଅଟେ। ଏ ମଧ୍ୟରେ କୃଷି ବିଜ୍ଞାନ, କଳା ଓ ବିଜ୍ଞାନ, ଆଇନ, ସାମ୍ବାଦିକତା ଓ ଗଣ ଯୋଗାଯୋଗ ଓ ଇଞ୍ଜିନିୟରିଂ ଅନ୍ତର୍ଭୂକ୍ତ।
ଏହି ବିଶ୍ୱବିଦ୍ୟାଳୟ ମଧ୍ୟ ବିଗ୍ ଟେନ୍ ଏକାଡେମିକ୍ ଆଲାୟାନ୍ସର ସଦସ୍ୟ ଯାହାକି ବିଶ୍ୱସ୍ତରୀୟ ଗବେଷଣା ଅନୁଷ୍ଠାନ ଗୁଡ଼ିକ ନିମନ୍ତେ ଜଣାଶୁଣା ଅଟେ। ଏହି ବୁଝାମଣା ପତ୍ର ଅନୁଯାୟୀ ଉଭୟ ବିଶ୍ୱବିଦ୍ୟାଳୟ ପରସ୍ପର ମଧ୍ୟରେ ସହଯୋଗ ଭିତିରେ ଶିକ୍ଷାଦାନ, ଗବେଷଣା, ଛାତ୍ର ଓ ଶିକ୍ଷକ ବିନିମୟ, ପ୍ରଯୁକ୍ତି ବିଦ୍ୟା ତଥା ଅନ୍ୟ କ୍ଷେତ୍ରରେ ଯୁଗ୍ମ ପ୍ରକଳ୍ପ ଓ ତାଲିମ ନିମନ୍ତେ କାର୍ଯ୍ୟ କରିବେ।
ଏହି ବୁଝାମଣାପତ୍ର ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଓ ୟୁନିଭର୍ସିଟି ଅଫ୍ ନେବ୍ରାସ୍କା-ଲିଙ୍କନ୍‌ର କୁଳାଧିପତି ଡକ୍ଟର ରୋଡନି ଡି. ବେନେଟଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା। ୟୁନିଭର୍ସିଟି ଅଫ୍ ନେବ୍ରାସ୍କାର ନେବ୍ରାସ୍କା ୱାଟର ସେଂଟରର ନିର୍ଦ୍ଦେଶକ ପ୍ରଫେସର ଚିତରଞ୍ଜନ ରାୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଉପସ୍ଥିତ ଥିଲେ।
ଏହି ଅବସରରେ ସୋଆ ସେଂଟର ଫର୍ କ୍ଲାଇମେଟ ସ୍ମାର୍ଟ ଏଗ୍ରିକଲ୍‌ଚର (ସିସିଏସ୍‌ଏ)ର ନିର୍ଦ୍ଦେଶକ ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡା, ସିସିଏସ୍‌ଏର ଡିଷ୍ଟିଙ୍ଗୁଇସ୍‌ଡ ପ୍ରଫେସର ଉମା ଚରଣ ମହାନ୍ତି, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍ (ଆଇଏଏସ୍‌)ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚର ଆସୋସିଏଟ୍ ଡିନ୍ ପ୍ରଫେସର ଧୀରେନ୍ଦ୍ରନାଥ ଥାଟୋଇ, ସିଭିଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ବିଦ୍ୟାଧର ବାସା ଓ ସୋଆର ଚିଫ୍ ଆଡମିନିଷ୍ଟ୍ରେଟିଭ୍ ଅଫିସର ଶ୍ରୀ ପ୍ରମୋଦ କୁମାର ପଣ୍ଡା ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking