24.1 C
Bhubaneswar
Monday, February 23, 2026
Homeଓଡିଶାଆଇଆଇଏମ ସମ୍ବଲପୁର ଓ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା

ଆଇଆଇଏମ ସମ୍ବଲପୁର ଓ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା

ଭୁବନେଶ୍ୱର: ରାଜ୍ୟର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଆଇଆଇଏମ ସମ୍ବଲପୁର ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ମଧ୍ୟରେ ଆଜି(ଶନିବାର) ଏକ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣା ଅନୁସାରେ ଦୁଇ ଶିକ୍ଷା ସଂସ୍ଥା ଏକାଠି ହୋଇ ନବସୃଜନ (innovation), ଗବେଷଣା (research) ଓ ଶିକ୍ଷାକୁ ଆଗେଇ ନେବାକୁ ଲକ୍ଷ୍ୟ ରଖିଛନ୍ତି । MoU ସ୍ୱାକ୍ଷର ଅବସରରେ ପୂଜ୍ୟ ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କର, ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ସ୍ଥାପକ ଉପସ୍ଥିତ ଥିଲେ। ଏହା ସହିତ ଆଇଆଇଏମ ସମ୍ବଲପୁର ନିର୍ଦ୍ଦେଶକ ମହାଦେବ ପ୍ରସାଦ ଜୈସୱାଲ, ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଅଧ୍ୟକ୍ଷ ରଜିତା କୁଲକର୍ଣ୍ଣୀଙ୍କ ବ୍ୟତୀତ ଦୁଇ ସଂସ୍ଥାର ଅଧିକାରୀ ଓ ଶିକ୍ଷକମାନେ ମଧ୍ୟ ଉପସ୍ଥିତ ଥିଲେ । ବୁଝାମଣା ଅନୁସାରେ ଦୁଇ ସଂସ୍ଥା ଏକାଠି ହୋଇ ଡାଟା ସାଇନ୍ସ, କୃତ୍ରିମ ବୁଦ୍ଧିମତ୍ତା (AI), ପରିଚାଳନା, ଷ୍ଟ୍ରେସ୍ ମ୍ୟାନେଜମେଣ୍ଟ ଓ ଆଧ୍ୟାତ୍ମିକତା ଭଳି ବିଷୟରେ ସେମିନାର, ୱାର୍କଶପ୍ ଓ ଛୋଟ କୋର୍ସ ଆୟୋଜନ କରିବେ।

ଦୁଇ ସଂସ୍ଥା ମଧ୍ୟରେ ଛାତ୍ର ଓ ଶିକ୍ଷକ ଆଦାନ-ପ୍ରଦାନ କାର୍ଯ୍ୟକ୍ରମ ମଧ୍ୟ ରହିବ। ଏଥିରେ ଶିକ୍ଷକମାନେ ଅନ୍ୟ ସଂସ୍ଥାରେ ପାଠ ପଢ଼େଇବେ ଓ ଛାତ୍ରମାନେ ଏକାଠି ହୋଇ ପ୍ରକଳ୍ପ ଓ ଅଭିଜ୍ଞତା ଆଧାରିତ ଶିକ୍ଷାରେ ଅଂଶ ନେବେ। ତାସହିତ ଦୁଇ ସଂସ୍ଥା ସଂଯୁକ୍ତ ଗବେଷଣା ଓ ପ୍ରକାଶନ କାର୍ଯ୍ୟ କରିବେ ଓ ଜାତୀୟ ତଥା ଅନ୍ତର୍ଜାତୀୟ ସଂସ୍ଥାଙ୍କ ଠାରୁ ଅର୍ଥ ଅନୁଦାନ ପାଇଁ ଆବେଦନ କରିବେ। ଆଇଆଇଏମ୍ ସମ୍ବଲପୁର ନିର୍ଦ୍ଦେଶକ ମହାଦେବ ପ୍ରସାଦ ଜୈସୱାଲ ବୁଝାମଣା (MoU) ବିଷୟରେ କହିଛନ୍ତି ଯେ, “ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ ସହିତ ଏହି ସହଯୋଗ ଆମ ପାଇଁ ଗର୍ବର ବିଷୟ। ଏହା ଆଧୁନିକ ଶିକ୍ଷାକୁ ମାନବୀୟ ମୂଲ୍ୟ ଓ ସମାଜିକ ପ୍ରଭାବ ସହିତ ଯୋଡ଼ିବାରେ ସହାୟତା କରିବ। ଆମ ଲକ୍ଷ୍ୟ ହେଉଛି ଏମିତି ଛାତ୍ର ତିଆରି କରିବା, ଯେଉଁମାନେ ନୀତିବାନ ଓ ଦୟାବାନ ହେବେ। ଏହି ବୁଝାମଣା ଓଡ଼ିଶାର ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଖୋଲିଛି ଓ ଦୁଇ ସଂସ୍ଥାର ସାଧାରଣ ଲକ୍ଷ୍ୟ ଯେପରିକି ଦାୟିତ୍ୱଶୀଳ ନେତୃତ୍ୱ, ଶିକ୍ଷାର ଉତ୍କର୍ଷ ଓ ଉନ୍ନତିକୁ ଆଗକୁ ନେଇଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking