25.1 C
Bhubaneswar
Thursday, February 5, 2026
Homeଓଡିଶାଯୁବ ସଂଗଠନ ଏ.ଆଇ.ଡି.ୱାଇ.ଓ ପକ୍ଷରୁ ମଟର ସାଇକେଲ ଶୋଭାଯାତ୍ରା

ଯୁବ ସଂଗଠନ ଏ.ଆଇ.ଡି.ୱାଇ.ଓ ପକ୍ଷରୁ ମଟର ସାଇକେଲ ଶୋଭାଯାତ୍ରା

ଯାଜପୁର: ବିପ୍ଳବୀ ଯୁବ ସଂଗଠନ ଅଲ ଇଣ୍ଡିଆ ଡେମୋକ୍ରାଟିକ ୟୁଥ୍ ଅର୍ଗାନାଇଜେସନ ଯାଜପୁର ଜିଲ୍ଲା କମିଟି ଆହ୍ଵାନରେ ଏକ ମଟର ସାଇକେଲ ଶୋଭାଯାତ୍ରା କିଶୋର ଶହୀଦ ବାଜି ରାଉତଙ୍କ ଶହୀଦ ପୀଠ ନୀଳକଣ୍ଠପୁରକୁ ଯାତ୍ରା କରିଥିଲା । ମୁକୁନ୍ଦ ପାତ୍ର ମହାବିଦ୍ୟାଳୟ ର ଇଂରାଜୀ ଅଧ୍ୟାପକ ଶ୍ରୀଯୁକ୍ତ ସୁବ୍ରତ କୁମାର ସାହୁଙ୍କ ଦ୍ବାରା ଉଦଘାଟିତ ଏହି ସୁସଜ୍ଜିତ ମଟର ସାଇକେଲ ଶୋଭାଯାତ୍ରା ଟି ଯାଜପୁର ଜିଲ୍ଲାର କବାଟବନ୍ଧ ନିକଟସ୍ଥ ବାଲିକୁଦିଆ ସ୍ଥିତ ବାଜି ରାଉତ ସ୍ମୃତି ପାଠାଗାର ନିକଟରୁ ବାହାରି ଯାଜପୁର ଓ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିକ୍ରମା କରି ବାଜି ରାଉତ ସ୍ମୃତି ପୀଠରେ ପହଞ୍ଚିଥିଲା। ସେଠାରେ ଏକ ସ୍ମୃତି ସଭା ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ପ୍ରଶାନ୍ତ ସ୍ୱାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ବାଜି ରାଉତଙ୍କ ଶହୀଦ ପୀଠକୁଜାତୀୟ ସ୍ମାରକୀ ଘୋଷଣା କରିବା,ବାଜି ରାଉତଙ୍କ ଶହୀଦ ପୀଠରେ ଶହୀଦ ମାନଙ୍କର

ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରିବା ଓ ବାଜି ରାଉତଙ୍କ ଆତ୍ମ ବଳିଦାନକୁ ପାଠ୍ୟ ପୁସ୍ତକରେ ସ୍ଥାନିତ କରିବା ସଙ୍ଗେ ସଙ୍ଗେ ଶହୀଦ ଦିବସକୁ ସ୍କୁଲ କଲେଜରେ ଯଥାଯୋଗ୍ୟମର୍ଯ୍ୟାଦାର ସହ ପାଳନ କରିବା ଦାବିରେ ପ୍ରକମ୍ପିତ ଶହୀଦ ପୀଠରେ ବହୁ ସଂଖ୍ୟାରେ ଶିକ୍ଷକ ଛାତ୍ର ଯୁବକ ମହିଳା ସାଧାରଣ ଜନତା ରୁଣ୍ଡ ହୋଇଥିଲେ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଜିଲ୍ଲା ଜଜ୍ ଶ୍ରୀଯୁକ୍ତ ଭିକାରି ଚରଣ ରାଉତ ଓ ସମ୍ମାନୀୟ ଅତିଥି ରୂପେଶହୀଦ ବାଜି ରାଉତ ସ୍ମୃତି ସଂସଦର ସଭାପତି ଶ୍ରୀଯୁକ୍ତ କୋଦଣ୍ଡଧର ସାହୁ, ଅନ୍ୟତମ ଅତିଥି ରାଷ୍ଟ୍ରପତି ପୁରସ୍କୃତ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ହରିହର ସାହୁ ଯୋଗ ଦେଇଥିଲେ। ଅଲ ଇଣ୍ଡିଆ ଡେମୋକ୍ରାଟିକ ୟୁଥ୍ ଅର୍ଗାନାଇଜେସନ ସର୍ବଭାରତୀୟ ଅଫିସ ସମ୍ପାଦକ ଶ୍ରୀଯୁକ୍ତ ବିଜୟାନନ୍ଦ ମଲ୍ଲିକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ବ୍ରିଟିଶ ବିରୋଧୀ ଢେଙ୍କାନାଳ ପ୍ରଜା ଆନ୍ଦୋଳନର କିଶୋର ଶହୀଦ ବାଜି ରାଉତଙ୍କ ସମେତ ହୃଷି ପ୍ରଧାନ,ଲକ୍ଷ୍ମଣ ମଲ୍ଲିକ,ନଟ ମଲ୍ଲିକ, ପାଣୁ ଲେଙ୍କା ଓ ଫଗୁ ସାହୁଙ୍କ ଆତ୍ମ ବଳିଦାନର ଉତ୍ସ ଯେ ଜନଗଣଙ୍କ ପ୍ରତି ଅସୀମ ମମତ୍ଵ ବୋଧ ଓ ସେମାନଙ୍କ ଉପରେ ଚାଲିଥିବା ସମସ୍ତ ପ୍ରକାର ଅନ୍ୟାୟ ଅତ୍ୟାଚାରକୁ ଅବସାନ ଘଟାଇବା ପାଇଁ ନିଜର ଦାଇତ୍ୱ ସମ୍ପାଦନ କରିବାର ଦୃଢ଼ ମନବଳକୁବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ଶହୀଦ ମାନଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧା ଜ୍ଞାପନ କରିବାକୁ କେବଳ ମାତ୍ର ଏକ ପରଂପରାରେ ପରିଣତ ନ କରି ସେମାନଙ୍କୁ ଯଥାର୍ଥ ସମ୍ମାନ କରିବା ଅର୍ଥ ହେଲା ଏକ ଉଚ୍ଚ ଆଦର୍ଶକୁ ଜୀବନରେ ଗ୍ରହଣ କରି ନୀତି ନୈତିକତା ଓ ଉଚ୍ଚ ସଂସ୍କୃତିର ଆଧାରରେ ସମସ୍ତ ବ୍ୟକ୍ତି ସ୍ୱାର୍ଥର ଉର୍ଦ୍ଧରେ ରହି ବର୍ତ୍ତମାନ ଜନଗଣଙ୍କ ଉପରେ ନଇଁ ଆସିଥିବା ସବୁ ପ୍ରକାର ଅନ୍ୟାୟ ଅତ୍ୟାଚାର ଶୋଷଣ ବିରୁଦ୍ଧରେ ଯୁବ ଆନ୍ଦୋଳନ ଗଢ଼ି ତୋଳିବାକୁ ଯୁବକମାନଙ୍କୁଆହ୍ବାନ ଦେଇଥିଲେ। ଅନ୍ୟତମ ବକ୍ତାଭାବେ ରାଜ୍ୟ ଉପ ସଭାପତି ଶରତ ବାରିକ ଜିଲ୍ଲା ସଭାପତି ସୁବାସ ମଲ୍ଲିକ ମଧ୍ୟ ବକ୍ତବ୍ୟ ରଖିଥିଲେ।ଏହି ଐତିହାସିକ କାର୍ଯ୍ୟ କ୍ରମକୁ ସଂଗଠିତ କରିଥିଲେ କିଶୋର ମଲ୍ଲିକ,କବି ସେଠି, ସନ୍ତୋଷ ଲେଙ୍କା,ପ୍ରଶାନ୍ତ ମଲ୍ଲିକ କୁଳମଣି ପରିଡ଼ା,ପ୍ରେମାନନ୍ଦ ମଲ୍ଲିକ, ଭଗନ୍ ବଳ, ମନୋଜ ଭଞ୍ଜ ଇତ୍ୟାଦି ଯୁବ ନେତାମାନେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking