କଳାହାଣ୍ଡି: କରେଣ୍ଟ ଲାଗି ଚାଲିଗଲା ମାଆପୁଅଙ୍କ ଜୀବନ । ଏଭଳି ଏକ ଅଭାବନୀୟ ଘଟଣା କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ମଦନପୁର ରାମପୁର ଥାନା ଟୁର୍ଚ୍ଚି ଗାଁରେ ଘଟିଛି । କପଡା ଶୁଖାଉଥିବା ବେଳେ ମାଆକୁ ପ୍ରଥମେ କରେଣ୍ଟ ଲାଗିଥିଲା । ମାଆକୁ ବଞ୍ଚାଇବାକୁ ଯାଇ ୩୦ ବର୍ଷୀୟ ପୁଅର ମୃତ୍ୟୁ ହୋଇଛି । ପରିବେଶରେ ମୃତ୍ୟୁ ଖବର ଶୁଣି ଶୋକର ଛାୟା ଖେଳିଯାଇଛି ।