21.1 C
Bhubaneswar
Saturday, December 6, 2025
Homeଓଡିଶାଭିତରକନିକା ଜଙ୍ଗଲରେ ମାଆପୁଅ ନିଖୋଜ

ଭିତରକନିକା ଜଙ୍ଗଲରେ ମାଆପୁଅ ନିଖୋଜ

କେନ୍ଦ୍ରାପଡ଼ା: ଭିତରକନିକା ଜଙ୍ଗଲରେ ନିଖୋଜ ହୋଇଗଲେ ମା-ପୁଅ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଦେବେନ୍ଦ୍ର ନାରାୟଣପୁର ଗାଁ’ର ଅଞ୍ଜନା ମିର୍ଧା ଓ ପୁଅ ରତିନ୍ଦ୍ର ମିର୍ଧା ନିଖୋଜ ଅଛନ୍ତି । ଏମାନେ ବୁଧବାର ଗାଁର ଅନ୍ୟ ଦୁଇ ଜଣଙ୍କ ସହ ଭିତରକନିକା ଜାତୀୟ ଉଦ୍ୟାନ ଜଙ୍ଗଲ  ଭିତରକୁ କଙ୍କଡ଼ା ଧରିବାକୁ ଯାଇଥିଲେ । ଜଙ୍ଗଲରୁ ୮ କିମି ଭିତରକୁ ଚାଲିଯାଇଥିଲେ । ଅନ୍ୟ ଦୁଇଜଣ ଫେରି ଆସିଥିଲେ ମଧ୍ୟ ମା-ପୁଅ ଦୁଇଜଣ ଏ ପର୍ଯ୍ୟନ୍ତ ଫେରି ନାହାନ୍ତି। ରାଜନଗର ବନ ବିଭାଗର ୨୦ଟି ଟିମ୍‌ ଜଙ୍ଗଲ ମଧ୍ୟରେ ଖୋଜାଖୋଜି ଜାରି ରଖିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାଙ୍କର କୌଣସି ଖୋଜ୍‌ଖବର ମିଳିନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking