32.1 C
Bhubaneswar
Sunday, March 29, 2026
Homeଓଡିଶାପୁଅ ଆଖି ଆଗରେ ଚାଲିଗଲା ମା’ଙ୍କ ଜୀବନ

ପୁଅ ଆଖି ଆଗରେ ଚାଲିଗଲା ମା’ଙ୍କ ଜୀବନ

ଖୋର୍ଦ୍ଧା: ୧୬ ନମ୍ୱର ଜାତୀୟ ରାଜପଥ ଇନ୍‌ଫୋଭ୍ୟାଲି ଥାନା ଗଙ୍ଗପଡ଼ା ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା । ସ୍କୁଟିରେ ଯାଉଥିବା ଜଣେ ମହିଳା ଭାରସାମ୍ୟ ହରାଇ ପଡିଯିବା ପରେ ଏକ ହାଇୱା ଚଢ଼ିଯିବାରୁ ଘଟଣା ସ୍ଥଳରେ ମୃତ୍ୟୁ । ମିଳିଥିବା ସୂଚନା ଅନୁଯାୟୀ , ଜଣେ ମହିଳା ତାଙ୍କ ପୁଅଙ୍କୁ ଧରି ଏକ ସ୍କୁଟିରେ ଯାଉଥିଲେ। ହେଲେ ଗଙ୍ଗପଡ଼ା ନିକଟରେ ସ୍କୁଟିରୁ ଭାରସାମ୍ୟ ହରାଇ ମହିଳା ଜଣକ ତଳେ ପଡିଯାଇଥିଲେ। ସେତିକିବେଳେ ଏକ ହାଇୱା ଦ୍ରୁତ ଗତିରେ ଆସି ମହିଳାଙ୍କ ଉପରେ ଚଢି ଯାଇଥିଲା। ଫଳରେ ପୁଅଙ୍କ ଆଖି ଆଗରେ ମା’ଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ହାଇୱା ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking