30.1 C
Bhubaneswar
Sunday, July 7, 2024
Homeଅପରାଧପ୍ରେମ ପାଇଁ ପୁଅର ଜୀବନ ନେଲେ ମା’

ପ୍ରେମ ପାଇଁ ପୁଅର ଜୀବନ ନେଲେ ମା’

ଦେବଗଡ଼: ପ୍ରେମ ପାଇଁ ଜଣେ ମା’ ନିଜ ପୁଅରଜୀବନ ନେଇଛି । ଦେବଗଡ଼ରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ପ୍ରେମିକ ସହ ମିଶି ମା’, ପୁଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ନାବାଳକ ପୁଆ ମୃତ୍ୟୁ ଘଟଣାରେ ମା’ ଓ ତାଙ୍କ ପ୍ରେମକିଙ୍କୁ ଅଟକ ରଖି ପୁଲିସ୍ ପକ୍ଷରୁ ପଚରାଉଚରା ଜାରି ରହିଛି । ଦେବଗଡ଼ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିବା ଛାତ୍ର ମିକୁ ସୁନେଲର ଗତ ସୋମବାର ଦିନ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିଲା ।

ମୃତ ମିକୁର ବାପା କୁଳମଣି ଚେନ୍ନାଇରେ କାମ କରୁଥିବା ବେଳେ ସୂଚନା ପାଇ ମଙ୍ଗଳବାର ଦିନ ଦେବଗଡ଼ରେ ପହଞ୍ଚି ଥିଲେ । ସେ ତାଙ୍କ ପୁଅ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ଓ ବେକରେ କଳା ଦାଗ ଦେଖି ପୁଅକୁ ହତ୍ୟା କରାଯାଇଥିବା ନେଇ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପତ୍ନୀ ଲିଲି ସୁନେଲ ଓ ତାଙ୍କ ପ୍ରେମିକ ରଞ୍ଜନ ନାଏକ ମିଶି ମିକୁକୁ ହତ୍ୟା କରିଥିବା ବାପା କୁଳମଣି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୁଲିସ୍ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଲିଲି ଓ ରଞ୍ଜନଙ୍କୁ ଅଟକ ରଖି ପୁଲିସ ପକ୍ଷରୁ ପଚରାଉଚରା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking