କେନ୍ଦୁଝର: ସାପ କାମୁଡାରେ ମା, ପୁଅ ମୃତ । ଏଭଳି ଦୁଖଦ ଘଟଣା କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ରାଧିକାଦେଇପୁର ଗାଁରେ ଘଟିଛି । ଘଷିପୁରାର ଜେମାମଣି ଓ ୧୦ ବର୍ଷୀୟ ପୁଅ ଗଣେଷ ରାତିରେ ଖାଇସାରି ଘରେ ଶୋଇଥିବା ବେଳେ ଉଭୟଙ୍କୁ ସାପ କାମୁଡିଛି । କିଛି ସମୟ ପରେ ଦୁହେଁ ଅସୁସ୍ଥ ଅନୁଭବ କରିବାରୁ ରାତି ୧ଟା ସମୟରେ ସ୍ୱାମୀ ନିକଟସ୍ଥ କେଶଦୂରପାଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଉଭୟଙ୍କ ସ୍ୱାସ୍ଥ୍ୟ ସଙ୍କଟାପନ୍ନ ଥିବାରୁ ସେଠାରେ ଡାକ୍ତର ଆନନ୍ଦପୁର ମେଡିକାଲକୁ ରେଫର କରିଥିଲେ । ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ ଆନନ୍ଦପୁର ମେଡିକାଲରେ ପହଞ୍ଚାଇଥିଲେ । ମେଡିକାଲରେ ପହଞ୍ଚିବା ପୂର୍ୱରୁ ପୁଅର ମୃତ୍ୟୁ ଘଟିଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ମା’ର ମୃତ୍ୟୁ ହୋଇଛି ।










