22.1 C
Bhubaneswar
Thursday, February 12, 2026
Homeଓଡିଶାବିଦ୍ୟୁତ୍ ଆଘାତରେ ମା’, ପୁଅ ମୃତ

ବିଦ୍ୟୁତ୍ ଆଘାତରେ ମା’, ପୁଅ ମୃତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ପୋଇଗୁଡ଼ା ଗାଁରେ ବିଦ୍ୟୁତ୍ ଆଘାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ସ୍ୱର୍ଗତ ସନ୍ତୋଷ ନାଏକଙ୍କ ସ୍ତ୍ରୀ ଫୁଲମତି ନାଏକ (୨୯)ଓ ସାନ ପୁଅ ସବୀର ନାଏକ (୭ମାସ)। ଫୁଲମତି ପୁଅ ସବୀରକୁ କାଖେଇ ନିଜ ଘର କାମ କରୁ ଥିବା ସମୟରେ ଅଜାଣତରେ ଘରେ ଛିଣ୍ଡି ରହିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଫଳରେ ଘଟଣା ସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଆଠ ମାସ ତଳେ ଫୁଲମତି ସ୍ୱାମୀ ସନ୍ତୋଷ ନାଏକଙ୍କୁ ହରାଇ ଥିବା ବେଳେ ଆଜି ଫୁଲମତି ଓ ୭ ମାସର ସାନ ପୁଅର ମୃତ୍ୟୁ ଘଟିଛି। ତେବେ ଫୁଲମତିଙ୍କ ୮ବର୍ଷର ଶିଶୁ ଜଗଦୀଶ ନାଏକ ବାପା, ମା’ ଛେଉଣ୍ଡ ହୋଇ ବଞ୍ଚିବାର ରାହା ଖୋଜୁଛି। ବାପାଙ୍କ ମୃତ୍ୟୁର ୮ ମାସ ନ ପୂରୁଣୁ ଏବେ ଜଗଦୀଶ ମା’ ଓ ସାନ ଭାଇଙ୍କୁ ହରାଇଛି। ଖବରପାଇ ବିଶ୍ୱନାଥପୁର ବିଦ୍ୟୁତ୍ ବିଭାଗ ଯନ୍ତ୍ରୀ ସନ୍ଦୀପ ଠାକୁର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ବେଳେ ଏନେଇ ମୃତକଙ୍କ ସମ୍ପର୍କୀୟ ଲୋକେ ବିଜେପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ବିଜେପୁର ଥାନା ଏଏସ୍‌ଆଇ ଶ୍ୟାମ କୁଲସିକା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଲାଞ୍ଜିଗଡ଼ ଡାକ୍ତରଖାନାକୁ ପଠାଇଥିଲେ। ଲାଞ୍ଜିଗଡ଼ ତହସିଲଦାର ବନମାଳୀ ମେହେରଙ୍କ ଉପସ୍ଥିରେ ଶବ ବ୍ୟବଚ୍ଛେଦ ପରେ ମୃତଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପରେ ଶୋକାକୁଳ ପରିବେଶରେ ଗାଁ ମଶାଣିରେ ମା’ ଓ ପୁଅଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଅନ୍ୟପକ୍ଷରେ ବାପା, ମା’ ଛେଉଣ୍ଡ ଜଗଦୀଶ ନାଏକଙ୍କୁ ପ୍ରଶାସନ ପକ୍ଷରୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking