18.1 C
Bhubaneswar
Monday, February 9, 2026
Homeଅପରାଧପ୍ରେମିକ ସହ ମିଶି ପୁଅର ବେକ କାଟଦେଲା ମା’

ପ୍ରେମିକ ସହ ମିଶି ପୁଅର ବେକ କାଟଦେଲା ମା’

ଲକ୍ଷ୍ନୌ: ଜଘନ୍ୟ କାଣ୍ଡ। ପ୍ରେମିକ ସହ ମିଶି ୫ ବର୍ଷର ନାବାଳକ ପୁଅର ବେକ କାଟି ହତ୍ୟା କଲା ମା’। ପ୍ରେମିକ ସହ ମା’କୁ ଅସଞ୍ଜତ ଅବସ୍ଥାରେ ଦେଖିଦେଇଥିଲା ନାବାଳକ ପୁଅ। ସେଥିପାଇଁ ପୁଅର ହତ୍ୟା କରିଦେଲା ମା’। ଆଉ ଶେଷରେ ହତ୍ୟା ପରେ ପ୍ରେମିକ ସହ ମିଶି ନାବାଳାକ ପୁଅର ଶବକୁ ଘରେ ଥିବା ସିନ୍ଦୁକ ଭିତରେ ଲୁଚାଇ ଦେଲା। ଆଉ ଯେତେବେଳେ ବାପା ଆସି ପୁଅକୁ ଘରେ ଖୋଜିଲେ ହେଲେ ପାଇଲେନି। ଅନେକ ଖୋଜାଖୋଜି ପରେ ଯେତେବେଳେ ପୁଅକୁ ନପାଇଲେ ସେତେବେଳେ ଥାନାରେ ଅଭିଯୋଗ କଲେ। ତେବେ ଏହି ଘଟଣାଟି ହେଉଛି ଉତ୍ତରପ୍ରଦେଶର ହାପୁଡ ଜିଲ୍ଲାରେ ଘଟିଛି। ଜଣେ ୫ ବର୍ଷର ନାବାଳକର ତଣ୍ଟି କାଟି ହତ୍ୟା କରିଛି ଜଣେ ମା’। ତାପୁଣି ନିଜ ପ୍ରେମିକ ସହ ମିଶି। ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ହେଲେ ବାପାଙ୍କ ଅଭିଯୋଗ ଆଧାରରେ ଏବେ ଦୁଇ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ଏହାସହ ୨୫ ହଜାର ଟଙ୍କାର ଜୋରିମାନା ମଧ୍ୟ ଲାଗୁ କରିଛନ୍ତି। ତେବେ ଏହି ଘଟଣାଟି ୨୦୨୦ ମସିହା ଫେବୃଆରୀ ୨୦ ତାରିଖର ଘଟଣା। ଯାହାର ଏବେ ଶୁଣାଣି କରି ଦଣ୍ଡାଦେଶ ଘୋଷଣା କରାଯାଇଛି।

ତେବେ ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବ ସତରେ କ’ଣ ନିଜ ମା ତା ପୁଅକୁ ହତ୍ୟା କରିଛି। ହତ୍ୟା ହୋଇଥିବା ନାବାଳକ ପୁଅର ଅଭିଯୁକ୍ତ ମା’ ଜଣକ ନିଜ ମା’ ନୁହଁ। ବରଂ ତା ଶାବତ ମା’। ମୃତ ନାବାଳକର ନିଜ ମା’ଙ୍କ ମୃତ୍ୟୁ ପରେ ବାପା ଦ୍ୱିତୀୟ ବିବାହ କରିଥିଲେ। ହେଲେ ଶାବତ ମା’ର ବାହାଘର ପରେ ବି ପୂର୍ବ ପ୍ରେମିକ ସହ ସମ୍ପର୍କ ଥିଲା। ଆଉ ଘରେ ଶାବତ ମା’କୁ ଅସଞ୍ଜତ ଅବସ୍ଥାରେ ପ୍ରେମିକ ସହ ଦେଖିଦେଇଥିଲା ନାବାଳକ ପୁଅ ଜଣକ। ଆଉ ପୁଇଟି ତା ବାପାଙ୍କ ପାଖରେ ଶାବତ ମା’ର ଏହି ପରକ୍ରୀୟା ପ୍ରିତି ସମ୍ପର୍କରେ କହିଦେବାର ଭୟ ଥିଲା। ତେଣୁ ପ୍ରେମିକ ସହ ମିଶି ନାବାଳକ ପୁଅର ତଣ୍ଟି କାଟି ହତ୍ୟା କରିଦେଲା ଶାବତ ମା’। ଆଉ ପରେ ଘରେ ଥିବା ଏକ ସିନ୍ଦୁକ ଭିତରେ ଶବ ଲୁଚାଇ ଦେଲା। ଆଉ ଏହି ଘଟଣା ନେଇ ନାବାଳକ ପୁଅର ବାପା ଥାନାରେ ଅଭିଯୋଗ କରିଥିଲେ। ତଦନ୍ତ କରି ଦୁଇ ଅଭିଯୁକ୍ତକୁ ବାନ୍ଧିଥିଲା ପୋଲିସ। ହେଲେ କୋର୍ଟ ସଜା ଶୁଣାଇନଥିଲା। ହେଲେ ଏବେ ଦୀର୍ଘ ୫ ବର୍ଷ ପରେ ଅଭିଯୁକ୍ତଙ୍କୁ ୨୫ ହଜାର ଜୋରିମାନା ସହ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking