24.1 C
Bhubaneswar
Monday, March 23, 2026
Homeଦେଶ ବିଦେଶପୁଅ ସାମ୍ନାରେ ବାପାର ତଣ୍ଟି କାଟିଦେଲା ମା'

ପୁଅ ସାମ୍ନାରେ ବାପାର ତଣ୍ଟି କାଟିଦେଲା ମା’

ବିହାର: ପ୍ରେମିକ ପ୍ରେମରେ ଅନ୍ଧ ହୋଇ ସ୍ତ୍ରୀ ସାଜିଲା ପିଶାଚ। ପ୍ରେମିକ ସହ ରହିବା ପାଇଁ କଲା ମନ ସ୍ଥିର। ତେଣୁ ସ୍ୱାମୀକୁ ସବୁ ଦିନ ପାଇଁ ବାଟରୁ ହଟାଇ ଦେବାକୁ ରଚିଲା ଷଡ଼ଯନ୍ତ୍ର। ଯେପରି ଭାବିଥିଲା ସେପରି କଲା। ଘରେ ପିଲାମାନେ ଶୋଇଥିବା ସମୟରେ ସ୍ୱାମୀ ଉପରକୁ ଆକ୍ରମଣ କଲା ସ୍ତ୍ରୀ।ହେଲେ ସ୍ୱାମୀକୁ ହତ୍ୟା କରିବା ସମୟରେ ଘରେ ଶୋଇଥିବା ୧୨ ବର୍ଷୀୟ ନାବାଳକ ପୁଅ ଶୈଳେନ୍ଦ୍ରର ନିଦ ଭାଙ୍ଗିଗଲା। ଆଉ ସେ ନିଦରୁ ଉଠି ଦେଖିବା ବେଳକୁ ତାଙ୍କ ମାଙ୍କ ହାତ ରକ୍ତରେ ଜୁଡୁବୁଡୁ ହୋଇଥିଲା। ଆଉ ତାଙ୍କ ମାଆ ତାଙ୍କ ବାପାଙ୍କୁ ଛୁରୀ ଭୁସି ଚାଲିଥିଲେ। ପୁଅଟି ନିଦରୁ ଉଠି ଏସବୁ ଦେଖିବା ମାତ୍ରେ ଚିତ୍କାର କରିବାକୁ ଲାଗିଲା। ହେଲେ ମାଆ ଉଷା ଦେବୀ ତାଙ୍କୁ ମୁହଁ ବନ୍ଦ ରଖିବାକୁ ଧମକ ଦେଲେ। ଆଉ କହିଲେ ଯଦି କାହା ପାଖରେ ତାଙ୍କ ବାପାଙ୍କ ହତ୍ୟା ସମ୍ପର୍କରେ ମୁହଁ ଖୋଲିଥିବେ ତାହାଲେ ତାର ବି ସେ ସମାନ ପରିସ୍ଥିତି କରିଦେବେ। ଅର୍ଥାତ୍ ବାପାଙ୍କ ପରି ପୁଅକୁ ମଧ୍ୟ ହତ୍ୟା କରିଦେବେ। ତେବେ ଘଟଣାଟି ଥିଲା ଏମିତି। ସ୍ୱାମୀ ବାଲୋ ଦାସ, ବୟସ ୪୫ ବର୍ଷ। ପଞ୍ଜାବରେ ଶ୍ରମିକ ଭାବରେ କାମ କରୁଥିଲେ। ହେଲେ ସ୍ତ୍ରୀ ଉଷା ଦେବୀ ତିନି ପିଲାଙ୍କ ସାଙ୍ଗରେ ବିହାରରେ ରହୁଥିଲେ।

ଦିନେ ସ୍ୱାମୀ ଜାଣିବାକୁ ପାଇଲେ କି ତାଙ୍କୁ ନଜଣେଇ ତାଙ୍କ ସ୍ତ୍ରୀ ଜମି ବିକ୍ରି କରିଦେଇଛନ୍ତି। ତାପରେ ସେ ଘରକୁ ଫେରିଥିଲେ। ଆଉ ଘରକୁ ଫେରିବା ପରେ ଜାଣିବାକୁ ପାଇଲେ କି, ସେ ବାହାରେ ଥିବା ସମୟରେ ତାଙ୍କ ସ୍ତ୍ରୀଙ୍କର ଗାଁରେ ଆଉ ଜଣେ ଯୁବକ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ବାପାଙ୍କ ହତ୍ୟାକାଣ୍ଡ କିପରି ହେଲା ପୁଅ ଜଣକ ସବୁ ସତ କହିଲା। ନାବାଳକ ପୁଅର କହିବା ଅନୁଯାୟୀ, ରାତି ପ୍ରାୟ ସାଢ଼େ ୧୦ଟା ହେବ। ମୁଁ ଶୋଇଥିଲି। ମୋ ଦେହରେ ରକ୍ତ ଛିଟା ପଡ଼ିଲା। ତେଣୁ ମୋ ନିଦ ଭାଙ୍ଗିଗଲା। ଆଉ ମୋ ଆଖି ଖୋଲିବା ବେଳକୁ ମାଆ ଲମୋ ବାପାଙ୍କ ବେକକୁ ଛୁରୀରେ କାଟି ଚାଲିଥିଲେ। ଯେତେବେଳେ ମୁଁ ପାଟି କରି ସମସ୍ତଙ୍କୁ ଜଣାଇବାକୁ ଚେଷ୍ଟା କଲି। ସେତେବେଳେ ମାଆ ମତେ ଧମକ ଦେଇଥିଲେ କାହା ପାଖରେ ମୁହଁ ନଖୋଲିବା ପାଇଁ। ଆଉ ଯଦି କାହାକୁ କିଛି କହିବି ତାହାଲେ ବାପାଙ୍କ ପରି ମତେ ମାରିଦେବାକୁ କହିଥିଲେ ବୋଲି ଅଭିଯୋଗ କରିଛି ନାବାଳକ ପୁଅ।ପରେ ସକାଳ ହେବା ମାତ୍ରେ ଘଟଣା ସାମ୍ନାକୁ ଆସିଗଲା। ଆଉ ପୋଲିସକୁ ଖବର ଦିଆଯାଇଥିଲା। ପୋଲସି ଏବେ ଅଭିଯୁକ୍ତ ମହିଳାକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking