33.1 C
Bhubaneswar
Sunday, July 7, 2024
Homeଅପରାଧପ୍ରେମିକ ସହ ମିଶି ପୁଅକୁ ମାରିଲା ମା

ପ୍ରେମିକ ସହ ମିଶି ପୁଅକୁ ମାରିଲା ମା

ଦେବଗଡ଼ : ପ୍ରେମିକ ସହିତ ମିଶି ପୁଅକୁ ମାରିଲା ମା । ଦେବଗଡ ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା । ନାବାଳକଟିର ମୃତ୍ୟୁ ଘଟଣାରେ ମା ଆଉ ତାର ପ୍ରେମିକକୁ ଅଟକ ରଖିଛି ପୋଲିସ । ପୋଲିସ ଅଟକ ରଖି ମୃତ୍ୟୁ ସମ୍ପର୍କୀୟ ପ୍ରଶ୍ନ ପଚାରିଛି । ନାବାଳକଟି ଦେବଗଡର କେନ୍ଦ୍ରୀୟ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପଢୁଥିଲେ । ମିକୁ ସୁନେଲଙ୍କର ଗତ ସୋମବାର ଦିନ ସନ୍ଦେହ ଜନକ ଭାବରେ ମୃତ୍ୟୁ ହୋଇଥିଲା । ମୃତକଙ୍କ ବାପା କୂଳମଣି ଚେନ୍ନାଇରେ କାମ କରୁଥିବାର ଖରବର ମିଳିଛି। ଖବର ପାଇ ମିକୁଙ୍କ ବାପା ମଙ୍ଗଳବାର ଦିନ ପହଁଚିଛନ୍ତି । ତାଙ୍କ ପୁଅ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ଓ ବେକରେ କଳା ଦାଗ ଦେଖି ପୁଅକୁ ହତ୍ୟା କରାଯାଇଥିବା ନେଇ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମୃତକଙ୍କ ବାପା । କୂଳମଣିଙ୍କ ପତ୍ନୀ ଲିଲି ସୁନେଲ ଓ ରଞ୍ଜନ ନାୟକ ମିଶି ପୁଅ ମିକୁ ମାରିଥିବା ଅଭିଯୋଗ କରିଛନ୍ତି କୂଳମଣି । ଅଭିଯୋଗ ପାଇବା ପରେ ପୋଲିସ ଏକ ମାମଲା ରୁଜୁ କରି ଏହି ମାମଲାର ତଦନ୍ତ ଆରମ୍ଭ କରିଛିନ୍ତି ଏବଂ ଲିଲି ଓ ରଞ୍ଜନକୁ ଅଟକ ରଖିଛିନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking