28.1 C
Bhubaneswar
Sunday, June 30, 2024
Homeଅପରାଧପରକୀୟା ପ୍ରୀତି ଆଗରେ ଫିକା ପଡିଲା ମମତା, ୩ ଛୁଆଙ୍କୁ ମୃତ୍ୟୁର ଶେଯରେ ଶୁଆଇ ଦେଲା...

ପରକୀୟା ପ୍ରୀତି ଆଗରେ ଫିକା ପଡିଲା ମମତା, ୩ ଛୁଆଙ୍କୁ ମୃତ୍ୟୁର ଶେଯରେ ଶୁଆଇ ଦେଲା ମା’

ଲକ୍ଷ୍ନୌ: ଦୁନିଆର ସବୁଠୁ ସୁନ୍ଦର ଶବ୍ଦ ମା’ । କଥାରେ ଅଛି ଯାହାର ମା’ ନାହିଁ ତାହାର ସାହା ନାହିଁ’ । ମା’ ଥିଲେ ବଇରୀ ହାରେ । ହେଲେ ଏସବୁ ସୁନ୍ଦର ଶବ୍ଦକୁ ମାଟିରେ ମିଶାଇ ଦେଇଛି ଏହି ମମତା ହୀନ ମା’ । ଆଖି ସାମ୍ନାରେ ୩ ଛୁଆଙ୍କୁ ତିଳ ତିଳ କଷ୍ଟ ଦେଇ ଜୀବନ ନେଇଛି । ଯେଉଁ ଘଟଣା ଏବେ ଉତ୍ତରପ୍ରଦେଶରେ ଆଲୋଡନ ଖେଳାଇଛି । ନିଜ ୩ ଛୁଆଙ୍କୁ ମାରିବା ପରେ ଚତୁର୍ଥ ପୁଅକୁ ମାରିବା ଯୋଜନା ପଣ୍ଡ ହୋଇଛି । ପୋଲିସ ନିଷ୍ଠୁର ମା’କୁ ଗିରଫ କରିଛି ।

ଉତ୍ତରପ୍ରଦେଶର ଓରିୟା ଜିଲ୍ଲାର ଫମ୍ପୁନ୍ଦ ଥାନା ଅଞ୍ଚଳରେ ଘଟିଛି ଏହି ଲୋମହର୍ଷଣକାରୀ ଘଟଣା । ପରକୀୟା ପ୍ରୀତି ରାସ୍ତାରେ କଣ୍ଟା ସାଜିବାରୁ 3 ଛୁଆଙ୍କୁ ରାସ୍ତାରୁ ହଟାଇ ଦେଇଛି ମା’ । ଆଉ ୮ ବର୍ଷୀୟ ବଡ ପୁଅର ଜୀବନ ନେବା ପୂର୍ବରୁ ସୌଭାଗ୍ୟ ବଶତଃ ପିଲାଟି ବଞ୍ଚି ଯାଇଥିଲା । ଆଉ ପୋଲିସ ଆଗରେ କହିଥିଲା ମା’ର କୁକର୍ମ କାହାଣୀ ।

ଅଭିଯୁକ୍ତ ମହିଳା ହେଲେ ଓରିୟା ଜିଲ୍ଲାର ପ୍ରିୟଙ୍କା । ଗତ ଦେଢ ବର୍ଷ ତଳେ ସ୍ବାମୀଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ୪ ଛୁଆଙ୍କୁ ଧରି ରହୁଥିବା ପ୍ରିୟଙ୍କା ନିଜ ସମ୍ପର୍କୀୟ ଦିଅର ପ୍ରେମରେ ପଡି ଯାଇଥିଲେ । ଆଉ ତାଙ୍କ ସହ ରହିବାକୁ ଲାଗିଥିଲେ । ସମୟ ଗଡିବା ସହ ପ୍ରେମ ରାସ୍ତାରେ କଣ୍ଟା ସାଜିଥିଲେ ୪ ପିଲା । ଏମାନଙ୍କୁ ରାସ୍ତାରୁ ହଟାଇବା ପାଇଁ ପୁରା ଯୋଜନା କରିଥିଲେ ପ୍ରିୟଙ୍କା । ଯୋଜନା ମୁତାବକ ଆଜି ସକାଳୁ ଘରୁ ବାହାରି ଯାଇଥିଲେ । ପହଞ୍ଚିଥିଲେ କେଶମପୁରା ଘାଟରେ । ୪ ପିଲାଙ୍କ ବୟସ ଯଥାକ୍ରମେ, ୪ ବର୍ଷ, ୫ ବର୍ଷ, ୮ ବର୍ଷ ଓ ଦେଢ ବର୍ଷ ପୁଅ । ଦୁଇ ପୁଅ ୪ ବର୍ଷ ଓ ୫ ବର୍ଷର ପୁଅକୁ ପ୍ରଥମେ ମୃଦ୍ୟୁ ପାନୀୟରେ କିଛି ନିଶା ମିଶାଇ ପିଇବାକୁ ଦେଇଥିଲେ । ପରେ ସେମାନଙ୍କୁ ପାଣିରେ ବୁଡାଇ ବୁଡାଇ ମାରିଥିଲେ । ଯାହାକୁ ଦେଖି ପାଖରେ ଥିବା ଆଉ ଦୁଇ ଜଣ ଛୁଆ ଡରି ଯାଇଥିଲେ । ତଥାପି ମା’ ଆଖିରେ ଟିକେ ବି ଦୟା ନଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking