21.7 C
Bhubaneswar
Monday, February 23, 2026
Homeଅପରାଧନିଶା ଦେଇ ବ୍ୟବସାୟୀଙ୍କ ଗଳା କାଟିଦେଲେ ଶାଶୁ ଓ ସ୍ତ୍ରୀ

ନିଶା ଦେଇ ବ୍ୟବସାୟୀଙ୍କ ଗଳା କାଟିଦେଲେ ଶାଶୁ ଓ ସ୍ତ୍ରୀ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଜଣେ ୩୭ ବର୍ଷୀୟ ରିଅଲ୍ ଇଷ୍ଟେଟ୍ ବ୍ୟବସାୟୀଙ୍କ ହତ୍ୟାକାଣ୍ଡର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପୋଲିସ କହିବା ଅନୁଯାୟୀ, ମୃତକଙ୍କ ସ୍ତ୍ରୀ ଏବଂ ଶାଶୁ ମିଶି ଏହି ହତ୍ୟାକାଣ୍ଡ ଘଟାଇଛନ୍ତି। ଅଭିଯୁକ୍ତ ଦ୍ୱୟ ବ୍ୟବସାୟୀଙ୍କୁ ଭୁଲାଇ ଖାଇବାରେ ନିଶା ଔଷଧ ଖାଇବାକୁ ଦେଇଥିଲେ। ବ୍ୟବସାୟୀ ନିଶାସକ୍ତ ହୋଇପଡିବା ପରେ ତାଙ୍କୁ ଏକ ନିର୍ଜନ ସ୍ଥାନକୁ ନେଇ ସେମାନେ ତାଙ୍କ ଗଳା କାଟି ଦେଇଥିଲେ। ହତ୍ୟାର କାରଣ ମୃତକଙ୍କ ଅନ୍ୟ ଜଣେ ମହିଳାଙ୍କ ସହ ଅବୈଧ ସମ୍ପର୍କ ଏବଂ ବେଆଇନ୍ ଭାବେ କରୁଥିବା ବ୍ୟବସାୟ ବୋଲି କୁହାଯାଉଛି। ମୃତକଙ୍କ ନାମ ଲୋକନାଥ ସିଂହ ବୋଲି ଚିହ୍ନଟ ହୋଇଛି।

ଗତ ଶନିବାର ଚିକ୍କବନାବରା ଅଞ୍ଚଳରେ ଏକ ପରିତ୍ୟକ୍ତ କାରରେ ତାଙ୍କ ମୃତଦେହ ଜବତ ହୋଇଥିଲା। ହତ୍ୟାକାରୀ ସ୍ତ୍ରୀ ଏବଂ ତାଙ୍କ ମା (ମୃତକଙ୍କ ଶାଶୁ)ଙ୍କୁ ପୋଲିସ୍ ଗିରଫ କରିବା ସହ ତଦନ୍ତ ଜାରି ରଖିଛି। ଅନ୍ୟପକ୍ଷେ ଲୋକନାଥଙ୍କୁ ହତ୍ୟା କରିଥିବା ତାଙ୍କ ସ୍ତ୍ରୀ ପୁଲିସ୍‌କୁ ଦେଇଥିବା ବୟାନ ଅନୁସାରେ ଲୋକନାଥ ଏବଂ ସେ ଦୀର୍ଘ ୨ବର୍ଷ ଧରି ପ୍ରେମ ସମ୍ପର୍କରେ ରହିବା ପରେ ଗତ ଡିସେମ୍ବରରେ କୋର୍ଟରେ ବିବାହ କରିଥିଲେ। ହେଲେ ଏସମ୍ପର୍କରେ ଉଭୟଙ୍କ ପରିବାରକୁ ଜଣାନଥିଲା। ବିବାହର କିଛି ସମୟ ପରେ, ଲୋକନାଥ ତାଙ୍କୁ ଆଣି ତାଙ୍କ ବାପା ମାଆଙ୍କ ଘରେ ଛାଡି ଦେଇଥିଲେ। ଅନ୍ୟପକ୍ଷେ ସେ ଅନ୍ୟଜଣେ ମହିଳାଙ୍କ ସହ ଅନୈତିକ ସମ୍ପର୍କ ଆରମ୍ଭ କରିଦେଇଥିଲେ। ଏନେଇ ଲୋକନାଥ ଏବଂ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ହେଉଥିବା ବେଳେ ଲୋକନାଥ ତାଙ୍କୁ ଏବଂ ତାଙ୍କ ପରିବାର ଲୋକଙ୍କୁ ହତ୍ୟା ଧମକ ଦେଉଥିଲେ। ଏଥିରେ ରାଗିଯାଇ ଅଭିଯୁକ୍ତ ଏଭଳି କରିଥିବା ଜଣାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking