19.1 C
Bhubaneswar
Tuesday, January 13, 2026
Homeଅପରାଧପୁଅର ଜୀବନ ରେଖା ପୋଛି ଦେଲା ମା’

ପୁଅର ଜୀବନ ରେଖା ପୋଛି ଦେଲା ମା’

ଉତ୍ତର ପ୍ରଦେଶ: ମା’ ପୁଅର ସମ୍ପର୍କ ପବିତ୍ର। ହେଲେ ଏହି ପବିତ୍ର ସମ୍ପର୍କକୁ ଅପବିତ୍ର କରିଥିଲା ନିଶାଗ୍ରସ୍ତ ପୁଅ। ନିଶାରେ ମା’ ସହ ଯାହା କରୁଥିଲା ତାକୁ ହୁଏତ ଆପଣ ଭାବିଲେ ମଧ୍ୟ ବିଶ୍ୱାସ କରିପାରିବେନି। ପୁଅର ଏଭଳି କଦର୍ଯ୍ୟ ବ୍ୟବହାରକୁ ଲୋକଲଜ୍ଜା ଭୟରେ କାହାକୁ କହିପାରୁନଥିଲା ମା’। ହେଲେ ଦେହ ସୁଖ ନେବା ପାଇଁ ରାକ୍ଷାସ ପାଲଟି ଯାଇଥିଲା ମା’। ଆଉ ପୁଅର ଏଭଳି କାମକୁ ଆଉ ସହ୍ୟ କରିପାରିଲାନି ମା’। ଶେଷରେ ନିଜ ହାତରେ ପୁଅର ଜୀବନ ରେଖା ପୋଛି ଦେଲା ମା’। ଏଭଳି କଦର୍ଯ୍ୟ କାମ କରିବାକୁ ମା’ ମଧ୍ୟ ଛାଡ଼ିନଥିଲା ପୁଅ। ଉତ୍ତର ପ୍ରଦେଶର ବିଜନୌର ଜିଲ୍ଲାର ଶ୍ୟାମିୱାଲା ଗାଁରେ ଏକ ଘଟଣା ଘଟିଥିଲା, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା।

ଜଣେ ୫୬ ବର୍ଷୀୟ ମା’ ତାଙ୍କ ନିଜ ପୁଅ ସହିତ ଏପରି କିଛି କରିଥିଲେ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। ତାଙ୍କର ୩୨ ବର୍ଷୀୟ ପୁଅ ଅଶୋକ ନିଶାରେ ଥିବା ବେଳେ ମା’ ତାକୁ ହତ୍ୟା କରିଥିଲା। ଅଗଷ୍ଟ ୭ ତାରିଖ ରାତିରେ ଅଶୋକ ଘରେ ଗଭୀର ନିଦରେ ଶୋଇଥିଲା ବେଳେ ମା କରିଥିଲା ହତ୍ୟା। ମା’ ବର୍ଷ ବର୍ଷ ଧରି ତାଙ୍କ ପୁଅର ଘୃଣ୍ୟ କାର୍ଯ୍ୟକୁ ଚୁପଚାପ୍ ସହ୍ୟ କରି ଆସୁଥିଲେ। ଗୋଟିଏ ରାତିରେ ନିଶାସକ୍ତ ଅବସ୍ଥାରେ ଅଶୋକ ପୁଣି ଥରେ ତାଙ୍କ ମାଆଙ୍କ ସହିତ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲା। ଏଥର ମାଆଙ୍କ ରାଗ ଯେମିତି ଅସମ୍ଭାଳ ହୋଇଥିଲା। ସେ ପାଖରେ ପଡ଼ିଥିବା ଏକ ଦାଆ ଉଠାଇ ଅଶୋକଙ୍କୁ ମାରାତ୍ମକ ଆକ୍ରମଣ କଲେ। ଧାରୁଆ ଅସ୍ତ୍ରର ଆକ୍ରମଣରେ ଅଶୋକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking