16.1 C
Bhubaneswar
Tuesday, February 10, 2026
Homeଅପରାଧପୁଅ ମାଡ଼ରେ ମା ମୃତ

ପୁଅ ମାଡ଼ରେ ମା ମୃତ

ଦେବଗଡ଼: ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ବଡକଙ୍କରଖୋଳ ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ମଦ୍ୟପ ପୁଅ ମାଡ଼ରେ ମା ମୃତ । ସୂଚନା ଅନୁଯାଇ, ଗତକାଲିଠୁ ମଦ୍ୟପ ପୁଅ ମାଡ଼ରେ ଗଲାଣି ମା’ର ଜୀବନ। ହେଲେ ବର୍ତ୍ତମାନ ସୁଦ୍ଧା ବୃଦ୍ଧାଙ୍କର ହୋଇ ପାରିନାହିଁ ଶବ ସତ୍କାର। ସାଇଣ୍ଟିଫିକ୍ ଟିମ୍ ଆସିନଥିବାରୁ ପ୍ରାୟ ୨୦ ଘଣ୍ଟା ହେବ ଘର ବାହାରେ ପଡ଼ି ରହିଛି ବୃଦ୍ଧାଙ୍କ ମୃତଦେହ। ଏପରି ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ବଡକଙ୍କରଖୋଳ ଗାଁରେ। ପୋଲିସ ଅଭିଯୁକ୍ତ ପୁଅ ଦୁଃଶାସନଙ୍କୁ ଅଟକ ରଖିଥିବା ବେଳେ , ଗତକାଲି ଦିନ ପ୍ରାୟ ୧ଟା ସମୟରେ ପୁଅ ମଦ ପିଇ ଘରକୁ ଫେରିଥିଲା। କୌଣସି କଥାକୁ ନେଇ ମା’ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ପୁଅ ଉତ୍ତ୍ୟକ୍ତ ହୋଇ ମା’କୁ କାଠ ଫାଳିଆରେ ମାଡ଼ ମାରି ହତ୍ୟା କରିଥିଲା। ପରେ ଘଟଣାସ୍ଥଳରୁ ଚମ୍ଫଟ ମାରିଥିଲା। ସନ୍ଧ୍ୟାରେ ଘଟଣାସଂପର୍କରେ ପଡ଼ୋଶୀ ଜାଣିବା ପରେ ପୋଲିସ କୁ ଖବର ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking