21.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶଛୁଆକୁ ୧୩ ମହଲାରୁ ଫିଙ୍ଗି ନିଜେ ଆତ୍ମହତ୍ୟା କଲା ମା’

ଛୁଆକୁ ୧୩ ମହଲାରୁ ଫିଙ୍ଗି ନିଜେ ଆତ୍ମହତ୍ୟା କଲା ମା’

ନୂଆଦିଲ୍ଲୀ: ଗୋଟାଏ ସେକେଣ୍ଡରେ ଜୀବନ ହାରିଦେଲେ ମା, ଛୁଆ । ବୁଝିପାରିଲେନି ଜୀବନର ମୂଲ୍ୟ । ନିମିଷକେ ଉଡିଗଲା ଦୁଇ ଜଣଙ୍କ ପ୍ରାଣବାୟୁ । ଛୁଆ କେବେ ବି ଭାବିନଥିବ ଯେ ନିଜ ଜନ୍ମକଲା ମା କ’ଣ ଏମିତି କରିପାରିବ । ଛୁଆ ମନରେ ବହୁତ ପ୍ରଶ୍ନ ଉଙ୍କି ମାରୁଥିବ ଯେ କ’ଣ ଛୋଟ ଛୁଆ ପାଇଁ କ୍ଷମା ନାହିଁ , କ’ଣ ଛୁଆ ମା ଆଗରେ ଅଳି, ଅଝଟ କରିପାରିବ ନାହିଁ , କ’ଣ ଏମିତି ହୋଇଗଲା ଯେ ଶେଷରେ ଏହି ନିଷ୍ପତ୍ତି ।

ସୂଚନା ଅନୁସାରେ, ୧୩ ମହଲା ଉପରୁ ଦୁଇ ବର୍ଷର ଛୁଆକୁ ଫିଙ୍ଗି ନିଜେ ଆତ୍ମହତ୍ୟା କଲା ମା । ମୃତ ମହିଳା ଜଣଙ୍କ ହେଉଛନ୍ତି ପୂଜା । ଏଭଳି ଲୋମଟାଙ୍କୁରା ଘଟଣା ଗୁଜୁରାଟର ସୁରଟ ଆଲଥାନରେ ବୁଧବାର ରାତିରେ ଘଟିଛି ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ ଯାଞ୍ଚ କରି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି ପୋଲିସ । ମହିଳାଙ୍କ ମୋବାଇଲ ଫୋନକୁ ଜବତ କରି ଜଦନ୍ତ ଆରମ୍ଭ କରିଛି ପୋଲିସ । ତେବେ ହତ୍ୟାର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । ପୋଲିସ ମହିଳାଙ୍କ ପରିବାର ଲୋକଙ୍କୁ ଯାଇ ପଚରା ଉଚରା କରିଛି । ତେବେ ମହିଳା ଜଣଙ୍କ କାହିଁକି ଏଭଳି ଚରମ ନିଷ୍ପତ୍ତି ନେଲେ ସନ୍ଦେହ ଘେରରେ । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking