31.1 C
Bhubaneswar
Saturday, February 7, 2026
Homeଓଡିଶାମା’ ହେଲେ + ୩ ଦ୍ୱିତୀୟ ବର୍ଷର ଛାତ୍ରୀ

ମା’ ହେଲେ + ୩ ଦ୍ୱିତୀୟ ବର୍ଷର ଛାତ୍ରୀ

ନୟାଗଡ଼ : ନୟାଗଡ଼ ଡାକ୍ତରଖାନା ଶୌଚାଳୟରେ ପ୍ରସବ କଲେ ଯୁକ୍ତ ୩ ଛାତ୍ରୀ। ବର୍ତ୍ତମାନ ମାତୃଶିଶୁ ବିଭାଗରେ ଛାତ୍ରୀଙ୍କର ଚିକିତ୍ସା ଚାଲିଛି। ଛାତ୍ରୀ ଜଣଙ୍କ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ଦ୍ୱିତୀୟ ବର୍ଷରେ ପାଠ ପଢୁଥିବା ଜଣାପଡ଼ିଛି। ସୂଚନାନୁଯାୟୀ, କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳର ଜଣେ ଯୁବତୀ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ନିବାସରେ ରହୁଥିଲେ।

ସେ ଯୁକ୍ତ ତିନି ଦ୍ୱିତୀୟ ବର୍ଷ ପାଠ ପଢୁଥିଲେ। ଆଜି ସକାଳୁ ଛାତ୍ରୀଙ୍କର ପେଟ କାଟିବାରୁ ହଷ୍ଟେଲ କର୍ତ୍ତୃପକ୍ଷ ତାଙ୍କୁ ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କର ପ୍ରାଥମିକ ଚିକିତ୍ସା କରିବା ପରେ ସେ ପରିସ୍ରା କରିବାକୁ ଶୌଚାଳୟକୁ ଯାଇଥିଲେ। ଏହି ସମୟରେ ଏକ ମୃତ ଛୁଆକୁ ଜନ୍ମ ଦେଇଥିଲେ। ବର୍ତ୍ତମାନ ମାତୃ ଶିଶୁ ବିଭାଗରେ ଛାତ୍ରୀଙ୍କର ଚିକିତ୍ସା ଚାଲିଛି। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଡାକ୍ତର କହିଛନ୍ତି। ସେପଟେ ଛାତ୍ରୀ ଜଣଙ୍କ ଗର୍ଭବତୀ ଥିବା ନେଇ ହଷ୍ଟେଲ କର୍ତ୍ତୃପକ୍ଷ କିଛି ଜାଣି ନଥିବା କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking